• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ଚର୍ଚ୍ଚରେ କୋଭିଡ୍‌ ନିୟମର ଉଲଂଘନ । ପ୍ରାର୍ଥନା ବନ୍ଦ କଲା ପୋଲିସ । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗ ପରେ ଚର୍ଚ୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ । କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ କୋଭିଡ୍ କଟକଣା ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ପ୍ରାର୍ଥନା ବନ୍ଦ କରାଯାଇଛି । କାର୍ଯ୍ୟକ୍ରମରେ ଅତ୍ୟଧତ୍କ ଭିଡ଼ ଦୃଷ୍ଟିରୁ ଚର୍ଚ୍ଚର ଫାଟକକୁ ଶ୍ରଦ୍ଧାଳୁଙ୍କ ଲାଗି କିଛି ସମୟ ଲାଗି ବନ୍ଦ କରିଥିଲା ପୋଲିସ । ଅତ୍ୟଧତ୍କ ଭିଡ଼ ଦୃଷ୍ଟିରୁ ପ୍ରାର୍ଥନା ବନ୍ଦ କରିଛି କମିଶନରେଟ ପୋଲିସ ।

କାରଣ ଏବେ ରାଜ୍ୟକୁ ଘାରିଛି ଓମିକ୍ରନ୍ ଚିନ୍ତା । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ- ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି । ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି ।

ଅନ୍ୟପଟେ ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି । ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍‌ରେ ସ୍ୱାସ୍ଥ୍ୟ ବିଭାଗ ।

ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ । ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି ବୋଲି DMET କହିଛନ୍ତି । ବଣଭୋଜି ଓ ଗହଳି ଉପରେ ରୋକ ଲଗାଇବାକୁ DMET ନିର୍ଦ୍ଦେଶ ଦେଇଛନ୍ତି । ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶେଷକୃତ୍ୟ ବ୍ୟତୀତ ସବୁଠି କଟକଣା କଡ଼ାକଡ଼ି ପାଳନ ହେବ । ଆଇସିୟୁ, ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ୍‌ରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିବା DMET କହିଛନ୍ତି ।