• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟୁ ା ୪ ରାଜ୍ୟରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ ା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏବେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।

ବିବାହରେ ମାତ୍ର ୨୦୦ ଲୋକଙ୍କ ସାମିଲ କରାଯିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ, ଥିଏଟରରେ ୫୦ ପ୍ରତିଶତ ଦର୍ଶକ ରହିପାରିବେ । ତାସହ ରାତ୍ରୀକାଳୀନ ସମସ୍ତ କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା ଲାଗିଛି । ସେହିପରି ମଧ୍ୟପ୍ରଦେଶ ଓ ହରିୟାଣାରେ ଲାଗିଛି ନାଇଟ୍ କର୍ଫ୍ୟୁ ା ହରିୟାଣାରେ କଟକଣାକୁ ଆହୁରୀ ବଢ଼ାଯାଇଛି । ରାଜ୍ୟର ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ହେଲେ ଦୁଇ ଡୋଜ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୧ ତାରିଖରୁ ଏହି କଟକଣା କଡ଼ାକଡ଼ି ଭାବେ ପାଳନ ହେବ ।

ଉତ୍ତରପ୍ରଦେଶରେ ଆଜିଠୁ ନାଇଟ୍ କର୍ଫ୍ୟୁ କଟକଣା ଲାଗିବ । ସେପଟେ ଗୁଜରାଟରେ ସଂକ୍ରମଣ ବଢ଼ିବା ପରେ ଅହମ୍ମଦାବାଦ, ବରୋଦା, ସୁରତ, ରାଜକୋଟ, ଭାବନଗର, ଜାମନଗର, ଗାନ୍ଧିନଗର, ଜୁନାଗଡ଼ ଭଳି ୮ ସହରରେ ନାଇଟ୍ କର୍ଫ୍ୟୁ ଲାଗିଛି ।

ଅନପଟେ ଓଡ଼ିଶାରେ ମଧ୍ୟ କଟକଣା ଲାଗିଛି । ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛି ପ୍ରଶାସନ । କେବଳ ଦନୂଆ ବର୍ଷ ନୁହେଁ ଡିସେମ୍ବର ୨୫ ବଡ଼ ଦିନରେ ମଧ୍ୟ କଟକଣା ଲଗାଯାଇଛି । ବଡ଼ଦିନ ବା ଡିସେମ୍ବର ୨୫ ତାରିଖରେ ରହିବ କଟକଣା । ଏହାପରେ ପୁଣି ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଲାଗୁ ହେବ ।

ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି । ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି । ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍‌ରେ ସ୍ୱାସ୍ଥ୍ୟ ବିଭାଗ ।