• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଦେଶକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଭିଡ ଯେପରି ନହେବ, ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଂଟ୍ ଅଥୋରିଟି ପକ୍ଷରୁ ସୁପରସ୍ପ୍ରେଡର ଅଂଚଳ ଚିହ୍ନଟ କରିବା ସହ ତାଉପରେ କଡା ନଜର ରଖିବାକୁ କୁହାଯାଇଛି ।

ସେପଟେ ହରିୟାଣା ସରକାର ବି କୋଭି଼ଡ କଟକଣା କଡାକଡି କରିଛନ୍ତି । ଜାନୁଆରୀ ୧ ତାରିଖରୁ କେବଳ ୨ ଡୋଜ୍ ଟିକା ନେଇଥିଲେ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ମିଳିବ ବୋଲି ଘୋଷଣା କରିଛନ୍ତି । ବସ୍ ଏବଂ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ କରାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ । ଦେଶରେ ବଢ଼ିଥିବା ଓମିକ୍ରନ୍ ସଂକ୍ରମଣକୁ ନେଇ ଏହି ବୈଠକରେ ଆଲୋଚନା ହୋଇପାରେ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଟିକାକରଣ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

ଏଣେ ଓଡିଶାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଜାଗ ହୋଇଛି ରାଜ୍ୟ ପ୍ରଶାସନ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସତର୍କବାଣୀ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧନ୍ତୁ, ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ପରେ ଆକ୍ସନ ମୋଡ୍‌ରେ ସରକାର । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ଅନୁରୂପ ବ୍ୟବହାରକୁ କଡ଼ାକଡ଼ି କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିବା ବେଳେ ଉଚ୍ଚସ୍ତରୀୟ ବୈଠକରେ ୫ ସୂତ୍ରୀ ନୀତି ଆପଣେଇବାକୁ ନିଷ୍ପତ୍ତି ହୋଇଛି । ଏପରିକି ଆରଟିପିସିଆର୍ ସିଟି ଭ୍ୟାଲ୍ୟୁ କମ୍ ଥିବା ଅଧିକାଂଶଙ୍କର ମଧ୍ୟ ଜିନମ୍ ସିକ୍ୱେନ୍ସିଂ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।