Advertisment

ହୁ’ ର ବଡ ବୟାନ୍ : ଟିକା ଅଭାବରୁ ବଢିପାରେ କରୋନା

କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍‌ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Who says blanket use of booster dose will only widen vaccine inequality

Who says blanket use of booster dose will only widen vaccine inequality

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଭାରତ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇନାହିଁ। ଯଦିଓ କରୋନା ମାମଲା ଏବେ ସାମାନ୍ୟ ହ୍ରାସ ପାଇଛି ତଥାପି ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆଣିଛି।

Advertisment

କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍‌ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।

ସୂଚନା ଅନୁସାରେ, ଆମେରିକାର ଏବଂ ୟୁରୋପର ଭଳି ଅନେକ ଦେଶରେ ଆଜିକାଲି ତୃତୀୟ ଡୋଜ୍‌ କରୋନା ଟିକା ଦିଆଯାଉଛି । ହେଲେ ଏହି ପରିସ୍ଥିତିରେ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ଟୀକାକରଣର ଗୋଟିଏ ଡୋଜ୍ ମଧ୍ୟ ପାଇନାହାଁନ୍ତି । ଅଧିକାଂଶ ଦେଶରେ, କରୋନା ଟିକାର ୬ ମାସ ପରେ ବୁଷ୍ଟର ଡୋଜ୍ ଦିଆଯାଏ ।

Advertisment

ସୂଚନା ଅନୁସାରେ, ଡବ୍ଲୁଏଚ୍‌ଓ ମହାନିର୍ଦ୍ଦେଶକ ଡ଼ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି, 'କରୋନାର ବୁଷ୍ଟର ଡୋଜ୍‌ରୁ ମହାମାରୀ ମାତ୍ରା ବୃଦ୍ଧି ହୋଉପାରେ । ଏହି ଜୀବାଣୁ ଶୁବ୍‌ ଶୀଘ୍ର ବ୍ୟାପିବେରେ ଲାଗିଛଇ । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଦେଶରେ ଭ୍ୟାକ୍ସିନ୍ ପହଞ୍ଚିପାରିନାହିଁ ସେହି ଦେଶମାନଙ୍କ ପାଇଁ ମଧ୍ୟ କରୋନା ଟିକା ଉପଲବ୍ଧ କରାଇବା ଉଚିତ ।

ଏହାସହ ସେ କହିଛନ୍ତି ଯେ, 'ବର୍ତ୍ତମାନର ତଥ୍ୟ ଅନୁଯାୟୀ, ଭ୍ୟାକ୍ସିନ ନେଇ ନଥିବା ଲୋକମାନଙ୍କ ମୃତ୍ୟୁ ହେଉଥିବା ଜଣାପଡିଛି । ଗତ ଡିସେମ୍ୱର ୨୨ ତାରିଖରେ  ଡବ୍ଲୁଏଚ୍‌ଓ ଦ୍ୱାରା ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ଟୀକାକରଣର ମୂଳ ଲକ୍ଷ୍ୟ ହେଉଛି କରୋନା ଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ଏବଂ କରୋନାର ନୂଆ ଭ୍ୟାରିଆଣ୍ଟ ବିରୁଦ୍ଧରେ ଲଢ଼ିବା ।

ମିଳିତ ଜାତିସଂଘ ଅନୁଯାୟୀ, ଜନସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ହୋଇଥିବା ଆକଳନରୁ ଜଣାପଡିଛି ଯେ କେବଳ ୨୦୨୨ ର ଆରମ୍ଭରୁ ୬ ମାସ ପର୍ଯ୍ୟନ୍ତ ବିଶ୍ୱର ସମସ୍ତ ବୟସ୍କଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବୁଷ୍ଟର୍ ଡୋଜ୍‌ ଟିକା ଉପଲବ୍ଧ ରହିବାର ଆଶା କରାଯାଇଛି ।

Coronavirus World Health Organisation (WHO) Corona Update News
Advertisment
Advertisment