Advertisment

ମାସ୍କ ପିନ୍ଧ, ଆବଶ୍ୟକ ନଥିଲେ ଘରୁ ବାହାରନି: ମୁଖ୍ୟମନ୍ତ୍ରୀ

ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
omicron Variant

omicron Variant

ଭୁବନେଶ୍ୱର: ଆଜି ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।  ଓମିକ୍ରନର ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଗତକାଲି ଦୁଇଜଣ ବିଦେଶ ଫେରନ୍ତାଙ୍କରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ସେପଟେ ଓମିକ୍ରନ୍‌କୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସହ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

Advertisment

ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।

  • ସର୍ଭେଲାନ୍ସକୁ ଜୋରଦାର।
  • ଟିକାକରଣକୁ ବ୍ୟାପକ କରାଯିବ।
  • ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବ।
  • ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ।
  • ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ
Advertisment

ଏବେ ନଜର ପକାଇବା ଓମିକ୍ରନର ଲକ୍ଷଣ ସହ ଏହାର ପ୍ରତିକାର ବ୍ୟବସ୍ଥା ଉପରେ:-

କୋଭିଡ୍ର ଓମିକ୍ରନ୍ ଭାରିଆଣ୍ଟ ଅତି ସଂକ୍ରାମକ। ଡେଲଟା ଭାରିଆଣ୍ଟ ତୁଳନାରେ ଏହା ପ୍ରାୟ ୩ଗୁଣା ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖାଦେଇଥାଏ। ଯେମିତିକି ତଣ୍ଟି ଦରଜ, ଗଳା ବସି ଯାଇଥାଏ। ଘ୍ରାଣଶକ୍ତି ନ କମି, ଅଧିକ ଜ୍ୱର କିମ୍ବା ଥଣ୍ଡା ନହୋଇ ମଧ୍ୟ ଜଣେ ଓମିକ୍ରନ୍ ପଜିଟିଭ୍ ହୋଇଥାଇପାରନ୍ତି। ସ୍ୱଳ୍ପ ଲକ୍ଷଣ ଯୋଗୁଁ ଅନେକ ରୋଗୀଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ। ମାସ୍କ, କୋଭିଡ୍ ଅନୁରୂପ ବ୍ୟବହାର ଓ ଟିକା ଓମିକ୍ରନ୍ ମୁକାବିଲାର ସର୍ବୋତ୍ତମ ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Omicron Cases In Odisha COVID19 Omicron Variant
Advertisment
Advertisment