• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନରେ ପୁଣି ଫେରିଲା ଲକ୍ ଡାଉନ  ସିଆନ୍ ସହରରେ ଲାଗୁ କରାଯାଇଛି ଲକ୍ ଡାଉନ । ଲଗାତର ଭାବେ ଏହି ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଚୀନ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି । ସହରର ୧ କୋଟି ୩୦ ଲକ୍ଷ ଲୋକଙ୍କୁ ଘରେ ରହିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ ।

ଦରକାରୀ ସାମଗ୍ରୀ କିଣିବାକୁ ଦିନେ ଛଡ଼ା ଦିନେ ପରିବାରର ଜଣେ ହିଁ ଘରୁ ବାହାରକୁ ବାହାରି ପାରିବେ । ଏହି କାରଣରୁ କେତେକ ସ୍ଥାନରେ ଖାଦ୍ୟ ସାମଗ୍ରୀ କିଣିବାକୁ ଗଣ୍ଡଗୋଳ ହୋଇଥିବାର ଖବର ଆସିଛି । ଜରୁରୀ କାମ ନ ଥିଲେ କେହି ସହର ବାହାରକୁ ନ ଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସିଆନ୍‌ରୁ ସବୁ ଡୋମେଷ୍ଟିକ ଫ୍ଲାଇଟ୍‌କୁ ବନ୍ଦ କରି ଦିଆଯାଇଛି ।

ଏବେ ହଲିଡେ ସିଜନ ଆସୁଥିବାରୁ ଓ ଆସନ୍ତା ଫେବ୍ରୁଆରୀରେ ଚୀନରେ ଓ୍ୱିଣ୍ଟର ଅଲିମ୍ପିକ୍ସ ହେବାର ଥିବାରୁ ପଜିଟିଭ ସଂଖ୍ୟା ବଢ଼ିବା ଚୀନର ମୁଣ୍ଡବିନ୍ଧାକୁ ଅଧିକ କରିଛି । ତେବେ କରୋନା ଟିକାର ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଚୀନ ସରକାର ।

ଅନ୍ୟପଟେ ଭାରତକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନରେ ଭିଡ ଯେପରି ନହେବ, ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଂଟ୍ ଅଥରିଟି ପକ୍ଷରୁ ସୁପରସ୍ପ୍ରେଡର ଅଂଚଳ ଚିହ୍ନଟ କରିବା ସହ ତାଉପରେ କଡା ନଜର ରଖିବାକୁ କୁହାଯାଇଛି ।

ସେପଟେ ହରିୟାଣା ସରକାର ବି କୋଭି଼ଡ କଟକଣା କଡାକଡି କରିଛନ୍ତି । ଜାନୁଆରୀ ୧ ତାରିଖରୁ କେବଳ ୨ ଡୋଜ୍ ଟିକା ନେଇଥିଲେ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ମିଳିବ ବୋଲି ଘୋଷଣା କରିଛନ୍ତି । ବସ୍ ଏବଂ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ କରାଯାଇଛି ।