Advertisment

ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ୩-ଲେୟାର୍ ମାସ୍କ ଜରୁରୀ

ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
3 layer mask

3 layer mask

ଭୁବନେଶ୍ୱର: ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍‌ରେ ସ୍ୱାସ୍ଥ୍ୟ ବିଭାଗ। କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ବ୍ୟାପିବା ଦେଖି ଗତବର୍ଷ ଭଳି ଏଥର ବି ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଯାହା ଡିସେମ୍ବର ୨୫ରୁ ଆରମ୍ଭ ହୋଇ ଜାନୁଆରୀ ୨ ପର୍ଯ୍ୟନ୍ତ ରହିବ। ସେପଟେ ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି।

Advertisment

ଏବର୍ଷ ବି ବଡ଼ଦିନ ଓ ନୂଆବର୍ଷରେ କଟକଣା। ଜିରୋନାଇଟ୍ ସେଲିବ୍ରେସନ ମନା। ନ୍ୟୁ ଇୟରରେ ହେବନି ବଣଭୋଜି। ବନ୍ଦ ରହିବ ହୋଟେଲ, ପାର୍କ, କ୍ଲବ ଓ ରେଷ୍ଟୁରାଣ୍ଟ। ଶୋଭାଯାତ୍ରା, ଅର୍କେଷ୍ଟ୍ରା ଓ ନାଚଗୀତ ଉପରେ ବି ପ୍ରତିବନ୍ଧକ। ଚାହୁଁ ଚାହୁଁ ରାଜ୍ୟରେ ଚାରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ପରେ ଏହାକୁ ଚେକ୍ ଦେବାକୁ ଆକ୍ସନ ମୋଡ୍‌କୁ ଆସିଛନ୍ତି ସରକାର। ଡିସେମ୍ବର ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ନୂଆବର୍ଷ ଓ ବଡ଼ଦିନ କଟକଣା ଜାରି ହୋଇଛି।

ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଅନୁମତିରେ କୋଭିଡ୍ କଟକଣାରେ ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସର୍ବାଧିକ ୫୦ ଜଣଙ୍କୁ ନେଇ ପାଳନ ପାଇଁ କୁହାଯାଇଛି। ଏଥିସହ ବାହାଘର ଛଡ଼ା ଅନ୍ୟ ସମସ୍ତ ମିଳିତ ଭୋଜି ଉପରେ ମଧ୍ୟ ଲଗାଯାଇଛି ରୋକ। ତେବେ କୋଭିଡ୍-୧୯ କଟକଣା ଭିତରେ ଶେଷକୃତ୍ୟ ପାଇଁ ଅନୁମତି ଦିଆଯାଇଛି। ସେପଟେ ଡିଏମ୍ଇଟି କହିଛନ୍ତି-ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି। ତେଣୁ ଏବେ ଗୋଟିଏ ଲେୟର ମାକ୍ସ ନ ପିନ୍ଧି ୩ ଲେୟର କିମ୍ବା N-95 ମାକ୍ସ ପିନ୍ଧିବା ଉଚିତ୍। ବାହାଘର ଓ ଶେଷକୃତ୍ୟ ବ୍ୟତୀତ ସବୁଠି କଟକଣା କଡ଼ାକଡ଼ି ପାଳନ କରାଯିବା ଦରକାର। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆଇସିୟୁ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ମୋଡ୍‌ରେ ରଖାଯାଇଛି। 

Advertisment

ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ- ରାଜ୍ୟରେ ଘରକୁ ଘର ବୁଲି ଟିକାକରଣ ଜାରି ରହିଛି। ଆଜି ସୁଦ୍ଧା ୪କୋଟି ୮୨ ଲକ୍ଷ ଡୋଜ୍ ଦିଆଗଲାଣି। ସେଥିମଧ୍ୟରୁ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ୍ ୩୭ ଲକ୍ଷ ଲୋକ  ପ୍ରଥମ ଡୋଜ୍ ବି ନେଇ ନାହାନ୍ତି। ପ୍ରଥମ ଡୋଜ୍ ନେବା ପରେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି। ତେବେ ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି। ସେପଟେ ଓମିକ୍ରନ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇ ନଥିଲେ ବି ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଦେଶରେ କାୟା ବୃଦ୍ଧି ସହ ଚିନ୍ତା ବଢାଉଛି ଓମିକ୍ରନ୍ ଭାରିଆଣ୍ଟ। ଅଦ୍ୟାବଧି ଭାରତରେ ସାଢ଼େ ୩ଶହରୁ ଅଧିକ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। କରୋନା ସଂକ୍ରମଣ ବଢୁଥିବା ଦେଖି ଆସନ୍ତାକାଲିଠୁ ଉତ୍ତର ପ୍ରଦେଶରେ ପୁଣି ନାଇଟ କର୍ଫ୍ୟୁ ଲାଗୁ ହେଉଛି। ସେପଟେ ଆସନ୍ତା ଫେବ୍ରୁଆରୀରେ କରୋନାର ତୃତୀୟ ଲହର ଶିଖର ଛୁଇଁବ ବୋଲି ଆକଳନ କରିଛି ଆଇଆଇଟି କାନପୁର।  

COVID19 Corona Omicron
Advertisment
Advertisment