/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640337097.jpg)
New Guidelines
ଭୁବନେଶ୍ୱର: ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି। ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି। ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍ରେ ସ୍ୱାସ୍ଥ୍ୟ ବିଭାଗ ଆସିଛି।
ଗୋଟିଏ ଲେୟାର ମାସ୍କ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍ରେ ବ୍ୟାପୁଛି DMET କହିଛନ୍ତି। ବଣଭୋଜି ଓ ଗହଳି ଉପରେ ରୋକ ଲଗାଇବାକୁ DMET ନିର୍ଦ୍ଦେଶ ଦେଇଛନ୍ତି। ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶେଷକୃତ୍ୟ ବ୍ୟତୀତ ସବୁଠି କଟକଣା କଡ଼ାକଡ଼ି ପାଳନ ହେବ। ଆଇସିୟୁ, ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ୍ରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିବା DMET କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)