• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ପୁଣି ଥରେ ଚିନ୍ତା ବଢ଼ାଇଲା ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ରହିଛନ୍ତି ।

୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଥିବାର ଦେଖିବାକୁ ମିଳିଛି । ଯାହା ପରେ ଏବେ ଟେଷ୍ଟ୍ରିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି । ମହାରାଷ୍ଟ୍ରରେ ଏଯାଏଁ ୬୫ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ଆକ୍ରାନ୍ତ ରହିଛନ୍ତି । ସେହିଭଳି କର୍ଣ୍ଣାଟକ ଓ କେରଳରେ ଏହି ସଂଖ୍ୟା ୩୧ରେ ପହଞ୍ଚିଛି । ଏହାପରେ ମୋଟ୍ ଦେଶରେ ଏହି ଟ୍ୟାଲି ୩୦୦କୁ ବୃଦ୍ଧି ପାଇଛି ।

ସେପଟେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ରାତି ୧୧ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସେହିପରି କ୍ରିସମସ୍ କି ନୂଆ ବର୍ଷରେ କୌଣସି ପ୍ରକାର ଜନ ସମାବେଶକୁ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବାରଣ କରିଛି । କୌଣସି ବି ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ, କ୍ରୀଡ଼ା କି ମନୋରଂଜନ ଧର୍ମୀ ସମାବେଶ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି DDMA ।

ରାଜ୍ୟରେ ବଢ଼ି ଚାଲିଛି କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍ ସଂକ୍ରମଣ। ଏଣେ ରାଜ୍ୟରେ ୪ ଜଣ ଓମିକ୍ରନ୍ ଚିହ୍ନଟ ହେବା ପରେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ତେବେ କାଲି ଚିହ୍ନଟ ହୋଇଥିବା ୨ ଜଣଯାକ ଓମିକ୍ରନ୍ ଆକ୍ରାନ୍ତ ହେଉଛନ୍ତି ନାବାଳିକା। ଉଭୟେ କିଛିଦିନ ତଳେ ବାପାମାଆଙ୍କ ସହ ନାଇଜେରିଆରୁ ଆସିଥିଲେ। ଆଶ୍ୱସ୍ତିର କଥା ହେଲା ଉଭୟଙ୍କଠାରେ ସେଭଳି କୌଣସି ଲକ୍ଷଣ ନାହିଁ । ଅନ୍ୟପକ୍ଷରେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଭିଡ଼ ଏଡ଼ାଇବାକୁ ଜିଲ୍ଲାସ୍ତରରେ କଟକଣାକୁ କଡ଼ାକଡ଼ି କରାଯାଉଛି ।