• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବାର କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏପରି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମହାରାଷ୍ଟ୍ର ସହ ଅନ୍ୟ କେତେକ ରାଜ୍ୟରେ ଓମିକ୍ରନ ବଢୁଛି । ଆମକୁ ସଜାଗ ରହିବାକୁ ପଡ଼ିବ ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ ଭାଇରସ ଅଛି ମାନେ କେସ ଲୋଡ଼ ବଢିବ । ଟିକା ହିଁ ସଂକ୍ରମଣକୁ ରୋକି ପାରିବ ।

କୋଭିଡ ନିୟମ ମାନିବାକୁ ବିଜୟ ମହାପାତ୍ର ସମସ୍ତଙ୍କୁ ଆହ୍ୱାନନ ଦେଇଛନ୍ତି । କୋଭିଡ ନିୟମ ମାନି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଥଣ୍ଡା କାଶ ଲକ୍ଷଣ ଥିଲେ ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମେଡିକାଲ ହବ୍ ହୋଇଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି । ଥଣ୍ଡା, କାଶ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ ।

ଦେଶ ତୁଳନାରେ ଆମ ରାଜ୍ୟରେ ପଜିଟିଭିଟି ହାର କମ୍ । କେତେ କେସ୍ ହେଲେ କଣ କରାଯିବ, କେନ୍ଦ୍ର ସରକାର ତାର ଗାଇଡଲାଇନ୍ କରିଛନ୍ତି । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି ସରକାର । ନିଜେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟର ସ୍ଥିତିର ମନିଟରିଂ କରୁଛନ୍ତି । ପଜିଟିଭ ବାହାରିଲେ, ଜିନମ୍ ସିକ୍ୟୁଏନ୍ସ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ପାଇଁ ଆଜିଠୁ କୋଓ୍ୱିନ ପୋର୍ଟାଲରେ ପଂଜୀକରଣ କରାଯାଇପାରିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଲଗ୍ ଇନ୍ କରିବା ପରେ ମୋବାଇଲ ନମ୍ବର ଦେଇ OTP ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରାଯାଇପାରିବ । ଏହା ପରେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି ୩ ତାରିଖ ପରଠାରୁ ଟିକା ନେଇପାରିବେ ।

ରାଜ୍ୟରେ ଏବେ ୨୬୦୦ ଟିକାକରଣ କେନ୍ଦ୍ର ଅଛି । ସେଥିରୁ କେତେକ କେନ୍ଦ୍ରରେ କେବଳ କିଶୋରଙ୍କୁ ଟିକା ଦିଆଯିବ ବାକି କେନ୍ଦ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କିଶୋରମାନେ ଟିକା ନେଇପାରିବେ । ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ୍ ବୁକିଂ ମଧ୍ୟ କରି ହେବ । ୨୦୦୫ରୁ ୨୦୦୭ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ପଂଜୀକରଣ କରିବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି  । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭାକ୍ସିନ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି । 

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକରେ ୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୧୭୬ ଜଣ ଥିବା ବେଳେ ଲୋକାଲ୍ କେସ୍ ୧୨୨ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୩ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୧୩୨କୁ ବୃଦ୍ଧି ପାଇଛି ।