• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଏବେ ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ସମସ୍ତେ ଓମିକ୍ରନ୍‌କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । କାରଣ କରୋନାର ଏହ ନୂଆ ଭ୍ୟାରିଆଣ୍ଟ କ୍ଷୀପ୍ର ବେଗରେ ସଂକ୍ରମିତ ହେବାର କ୍ଷମତା ରଖୁଛି । ସଂକ୍ରମଣ କ୍ଷେତ୍ରରେ ଏହି ଭ୍ୟାରିଆଣ୍ଟ ଅନ୍ୟ ଭ୍ୟାରିଆଣ୍ଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ତେବେ ସବୁଠାରୁ ବଡ଼ କଥା ହେଲା, ଓମିକ୍ରନ୍‌ ସଂକ୍ରମଣ ଯେତିକି ବଢ଼ୁଛି, ସେହି ଅନୁସାରେ ଡେଲ୍ଟା ଭ୍ୟାରିଆଣ୍ଟର ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ଭାରତରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ, ଡେଲ୍ଟାକୁ ଅଧିକ ବିସ୍ଥାପିତ କରିବାରେ ସହାୟକ ହେଉଛି । ନ୍ୟୁଜ୍ ଏଜେନ୍ସି ANI ଶୁକ୍ରବାର, ସରକାରୀ ସୂତ୍ରରୁ ଖବର ପାଇ ଏହି ସୂଚନା ଦେଇଛି ।

ଶୁକ୍ରବାର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ, ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି । ମୁମ୍ବାଇରେ ସନ୍ଧ୍ୟା ୫ଟା ପରେ ସର୍ବସାଧାରଣ ସ୍ଥାନକୁ ଯିବାକୁ ବାରଣ କରାଯାଇଥିବା ବେଳେ ବେଙ୍ଗାଲୁରୁରେ ସନ୍ଧ୍ୟା ୬ଟା ପରେ ମୁଖ୍ୟ ରାସ୍ତାଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ମିଜୋରାମରେ ୯.୬୯% ସଂକ୍ରମଣ ହାର

ମିଜୋରାମରେ ମଧ୍ୟ କରୋନା କେସ୍ ବୃଦ୍ଧି ପାଉଛି । ଏଠାରେ ସଂକ୍ରମଣ ହାର ୯.୬୯%ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬୫୮ରେ ପହଞ୍ଚିଛି ।

ଆମେରିକାରେ ଅଧିକ ଶିଶୁ ଓମିକ୍ରନ୍ ସଂକ୍ରମିତ

ଆମେରିକାରେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଛି । ଏମିତିକି ସଂକ୍ରମିତ ଶିଶୁଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି । ଆମେରିକୀୟ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଅନୁଯାୟୀ, ଡିସେମ୍ବର ୨୩ରେ ପ୍ରାୟ ଏକ ଲକ୍ଷ ୯୯ ହଜାର ଶିଶୁ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା । ଏହା ପରେ, ଡିସେମ୍ବର ୨୮ ସୁଦ୍ଧା ହାରାହାରି ୩୭୮ ପିଲା ଗୋଟିଏ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଯାହା ପୂର୍ବ ସପ୍ତାହ ତୁଳନାରେ ୬୬.୧ ପ୍ରତିଶତ ଅଧିକ ଥିଲା ।

ଅଷ୍ଟ୍ରେଲିଆରେ ଦିନକରେ ରେକର୍ଡ କଲା ସଂକ୍ରମଣ

ଅଷ୍ଟ୍ରେଲିଆରେ ଓମିକ୍ରନ୍ ଯୋଗୁଁ ସଂକ୍ରମଣ ହାର ପୁଣି ଥରେ ବୃଦ୍ଧିପାଇବାରେ ଲାଗିଛି । କିଛି ଦିନ ପୂର୍ବରୁ, ଏଠାରେ ୨୪ ଘଣ୍ଟାରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ । କିନ୍ତୁ, ଶୁକ୍ରବାର, ଏହି ସଂଖ୍ୟା ସେହି ରେକର୍ଡ ଭାଙ୍ଗି ୩୨ ହଜାରରୁ ଅଧିକରେ ପହଞ୍ଚିଛି । କେବଳ ସିଡନୀରୁ ହିଁ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପାଞ୍ଚ ହଜାର ଆକ୍ରାନ୍ତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭିକ୍ଟୋରିଆ ରାଜ୍ୟରୁ ପ୍ରାୟ ଛଅ ହଜାର ମାମଲା ସାମ୍ନାକୁ ଆସିଛି ।