/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640968084.jpg)
omicron Variant
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା କରୋନା ସହ ଓମିକ୍ରନ୍ ସଂକ୍ରମଣ ଏବଂ ତା ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର। ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଆବଶ୍ୟକ ଟେଷ୍ଟିଂ ଉପକରଣ କିଣିବା ସହ ଲ୍ୟାବ୍ ବଢ଼ାଇବାକୁ କେନ୍ଦ୍ର ସରକାର କହିଛନ୍ତି।
କେସ୍ ବଢ଼ିଲେ ସମୟ ସାପେକ୍ଷ RTPCR ଅପେକ୍ଷା ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଆଣ୍ଟିଜେନ୍ ଟେଷ୍ଟ ପାଇଁ ଅଧିକ ସରକାରୀ ଓ ଘରୋଇ ହସ୍ପିଟାଲକୁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ହସ୍ପିଟାଲ ଗୁଡ଼ିକରେ ଆଣ୍ଟିଜେନ୍ ଟେଷ୍ଟ ବ୍ୟବସ୍ଥା ପାଇଁ କୌଣସି ସ୍ୱୀକୃତିର ଆବଶ୍ୟକ ନାହିଁ। ତେଣୁ ସେଲ୍ଫ ଟେଷ୍ଟ କିଟ୍ ଜରିଆରେ ନିଜସ୍ୱ ପରୀକ୍ଷାକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।
କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛନ୍ତି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ଆଇସୋଲେଟ୍ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାଣନ୍ତୁ କଣ ସବୁ ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବା ଜରୁରୀ।
- ଜ୍ୱର ଆସିବା
- ମୁଣ୍ଡବିନ୍ଧା ହେବା
- ତଣ୍ଟି ଖିଚ୍ ଖିଚ୍ ହେବା
- ନିଶ୍ୱାସରେ କଷ୍ଟ ହେଲେ
- ଡାଇରିଆ ଲକ୍ଷଣ ଦେଖାଦେଲେ
- ଦେହ ଘୋଳାବିନ୍ଧା ହେବା
- ସ୍ୱାଦ ଓ ଘ୍ରାଣ ଶକ୍ତି ଚାଲିଯିବା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)