• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ବିଶ୍ୱକୁ ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍‌ ଭୟ । ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ । ଆମେରିକା ଭଳି ଦେଶରେ ଦୈନିକ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ କରୋନା ଭାଇରସର ନୂତନ ତଥା ଆହୁରି ଭୟଙ୍କର ଭ୍ୟାରିଆଣ୍ଟ୍ ର ଆଶଙ୍କା କରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ସମଗ୍ର ବିଶ୍ୱରେ ଓମିକ୍ରନ୍ ମାମଲା ଭୟଙ୍କର ଭ୍ୟାରିଆଣ୍ଟ୍ ସୃଷ୍ଟି କରିପାରେ ।

ଓମିକ୍ରନ୍ ସମଗ୍ର ବିଶ୍ୱରେ ନିଆଁ ପରି ବ୍ୟାପିଚାଲିଛି । ପ୍ରଥମେ ଓମିକ୍ରନ୍ ଚିହ୍ନଟ ହେବା ପରେ ଏହାର ଲକ୍ଷଣ ଓ ସଂକ୍ରମଣର ଗମ୍ଭୀରତା ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ସଂକ୍ରମଣ ଅତି ସାମାନ୍ୟ ଦେଖିବାକୁ ମିଳୁଛି । କରୋନା ମହାମାରୀ ଖୁବ୍ ଶୀଘ୍ର ଶେଷ ହେବ ଏବଂ ପୂର୍ବ ପରି ଜୀବନ ସ୍ୱାଭାବିକ ହେବ ବୋଲି ‌ଆକଳନ କରାଯାଉଥିଲା ।

'ଓମିକ୍ରନର ବଢ଼ୁଥିବା ସଂକ୍ରମଣ ଏକ ବଡ ବିପଦ'

କିନ୍ତୁ ଏବେ ସ୍ଥିତି ଓଲଟା ଦେଖିବାକୁ ମିଳିଛି । ସବୁକିଛି ଶୀଘ୍ର ଠିକ୍ ହେବ ନାହିଁ ବୋଲି କହିଛନ୍ତି ଡବ୍ଲୁଏଚ୍‌ଓ । ଆଗାମୀ ସମୟରେ ସ୍ଥିତି ଆହୁରି ଖରାପ ହୋଇପାରେ । ଡବ୍ଲୁଏଚ୍‌ଓ ବରିଷ୍ଠ ଆପାତକାଳୀନ ଅଧିକାରୀ କ୍ୟାଥରିନ୍ ସ୍ମଲବୁଡ଼୍ ନ୍ୟୁଜ୍ ଏଜେନ୍ସି ସହିତ ଆଲୋଚନା କରିବା ସମୟରେ ସତର୍କ କରାଇଛନ୍ତି । ଓମିକ୍ରନ୍ ସଂକ୍ରମଣର ବୃଦ୍ଧି ଏହାର ବିପରୀତ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି ।

ଓମିକ୍ରନ୍ ଯେତିକି ଅଧିକ ବ୍ୟାପିବ, ଭାଇରସ୍ ସେତିକି ଥର ରୂପ ବଦଳାଇବ । ଫଳରେ ଏକ ନୂତନ ପ୍ରକାରର ଭାଇରସ୍ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ଓମିକ୍ରନ୍ ଡେଲଟା ପ୍ରକାର ଅପେକ୍ଷା କମ୍ ସାଂଘାତିକ । ଫଳସ୍ୱରୂପ ମୃତ୍ୟୁ ହାର କମ୍ ହୋଇପାରେ । କିନ୍ତୁ ନୂଆ ପ୍ରକାର କେତେ ବିପଜ୍ଜନକ ହେବ, କିଛି କୁହାଯାଇପାରିବ ନାହିଁ। '

ମହାମାରୀ ଆରମ୍ଭରୁ ୟୁରୋପରେ ୧୦ କୋଟିରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ । ଅନ୍ୟପଟେ ୨୦୨୧ର ଶେଷ ସପ୍ତାହରେ ୫୦ ଲକ୍ଷରୁ ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଛି । ଏଭଳି ସ୍ଥିତିରେ ଅଗାମୀ ସମୟ ଅତ୍ୟନ୍ତ ବିପଜ୍ଜନକ ବୋଲି କ୍ୟାଥରିନ୍ ସ୍ମଲବୁଡ଼୍ କହିଛନ୍ତି।