• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଆଡକୁ ଗଲାଣି ଦୈନିକ ସଂକ୍ରମଣ । ଗତକାଲିଠାରୁ ପ୍ରାୟ ଆଜି ପ୍ରାୟ ଦେଢ଼ଗୁଣା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ଅପେକ୍ଷା ପ୍ରାୟ ଦେଢ଼ ଗୁଣା ।

ଗତକାଲିଠୁ ଆଜି ୩୨ ହଜାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି । ଏହା ସହିତ ଦୈନିକ ପଜିଟିଭିଟି ହାର ୬ ଦଶମିକ ଚାରି ତିନି ପ୍ରତିଶତକୁ ବୃଦ୍ଧି ହୋଇଛି । ଦେଶରେ ଏବେ ଆକ୍ଟିଭ କେସ୍ ୩ ଲକ୍ଷ ଆଡ଼କୁ ଗତି ଗଲାଣି । ଏହା ସହିତ ଦେଶରେ ୨ ହଜାର ୬୩୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ୭୯୭, ଦିଲ୍ଲୀରୁ ୪୮୫, ରାଜସ୍ଥାନରୁ ୨୩୬, କେରଳରୁ ୨୩୪, କର୍ଣ୍ଣାଟକରୁ ୨୨୬, ଗୁଜରାଟରୁ ୨୦୪ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଏ ପଯର୍ୟନ୍ତ ଦେଶର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ଗତ ଡିସେମ୍ବର ୧୫ରେ ସେ ଉଦୟପୁରସ୍ଥିତ ଆରଏନଟି ମେଡିକାଲ କଲେଜରେ ସେ ଭର୍ତ୍ତି ହୋଇଥିଲେ । ପଜିଟିଭି ଆସିବା ପରେ ଜିନୋମ ସିକ୍ୱେନ୍ସିଂ ଦ୍ୱାରା ସେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତାଙ୍କୁ ପ୍ରଥମେ କୋଭିଡ ଆଇସିୟୁ ଏବଂ ପରେ ମେଡିକାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା ।