• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣେ ହୁ ହୁ ବଢୁଥିବା କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କୁ କେନ୍ଦ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ଚିଠି ଲେଖି ଜଣାଇଛନ୍ତି । ଏଥିସହ କଣ୍ଟ୍ରୋଲ ରୁମ୍‌ରେ ଯଥେଷ୍ଟ ଷ୍ଟାଫ୍, ଡାକ୍ତର ଓ ପରାମର୍ଶଦାତା ରହିବାକୁ କୁହାଯାଇଛି ।

ତାସହ ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଅହୋରାତ୍ର କାମ କରିବ କଣ୍ଟ୍ରୋଲ ରୁମ୍ । ଆକ୍ରାନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କଣ୍ଟ୍ରୋଲ ରୁମ୍‌କୁ ଆମ୍ବୁଲାନ୍ସ ଦିଆଯିବ ଓ ହୋମ୍ ଆଇସୋଲେସନରେ ଥିବା ସବୁ ଆକ୍ରାନ୍ତଙ୍କ ତଥ୍ୟ କଣ୍ଟ୍ରୋଲ ରୁମ୍ ବି ସଂଗ୍ରହ କରିବ ବୋଲି କୁହାଯାଇଛି ।

 କୋଭିଡ୍ ସଂକ୍ରମଣକୁ ଦେଖି ଆସନ୍ତା ୭ ତାରିଖରୁ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ୍ ମୋଡ୍‌ରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ । ସେହିପରି ୧୦ ତାରିଖରୁ କେବଳ ଅତି ଗୁରୁତ୍ୱପୂର୍ଣ୍ଣ - ଯେମିତିକି ଷ୍ଟେ, ଡିଟେନ୍‌ସନ୍‌ ଓ ଦିନାଙ୍କ ନିର୍ଦ୍ଧାରଣ ଭଳି ଜାମିନ୍ ମାମଲାର ଶୁଣାଣି ହେବ ।

ତେବେ ଏହାରି ଭିତରେ ଆସିଛି ସବୁଠୁ ବଡ଼ ଖବର । ଇଟାଲୀରୁ ଆସିଥିବା ଏକ ଫ୍ଲାଇଟ୍ ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ୧୨୫ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ତୃତୀୟ ଲହର ବୋଲି କୁହାଯାଉଛି । ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଇଟାଲୀରୁ ପଞ୍ଜାବର ଅମୃତସର ଆସିଥିବା ବିମାନରେ କରୋନା ବିସ୍ଫୋରଣ ହୋଇଥିବା ଦେଖାଦେଇଛି । ଇଟାଲୀରୁ ଆସିଥିବା ଏକ ଚାର୍ଟରଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ବୋଲି ଜଣାପଡ଼ିଛି ।