• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫ୍ରାନ୍ସର ମାର୍ସେଲ୍ସ ନିକଟରେ IHU ଭ୍ୟାରିଆଣ୍ଟର୧୨ଟି ସଂକ୍ରମଣ ଚିହ୍ନଟ

ଓମିକ୍ରନ୍ ଭାରିଆଣ୍ଟର ଏବେ ବହୁ ଗୁଣାରେ ସଂକ୍ରମିତ ହେବାରେ ଲାଗିଛି । ତେବେ ଏହି ସମୟରେ ମଧ୍ୟରେ IHU ଭଳି ଏକ ନୂତନ ଭ୍ୟାରିଆଣ୍ଟ ଆସିବା ସମଗ୍ର ବିଶ୍ୱରେ ଚିନ୍ତା ବଢାଇଛି । ଓମିକ୍ରନ୍ ଭ୍ୟାରିଆଣ୍ଟ ପରେ ଫରାସୀ ବୈଜ୍ଞାନିକମାନେ କରୋନା IHU ଭ୍ୟାରିଆଣ୍ଟର ଅନ୍ୟ ଏକ ପ୍ରକାର ଆବିଷ୍କାର କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, IHU ଭ୍ୟାରିଆଣ୍ଟ ଏହାର ରୂପକୁ ୪୬ ଥର ବଦଳାଇ ଦେଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏଥିରେ ୪୬ଟି ପରିବର୍ତ୍ତନ ହୋଇଛି ।  ମୌଳିକ କୋଭିଡ ଅପେକ୍ଷା ଏହା ଅଧିକ ଟିକା ପ୍ରତିରୋଧକ ଏବଂ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଛି ।

IHU ଭ୍ୟାରିଆଣ୍ଟର ଆତଙ୍କ:

ଫ୍ରାନ୍ସର ମାର୍ସେଲ୍ସ ନିକଟରେ IHU ଭ୍ୟାରିଆଣ୍ଟର୧୨ଟି ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ଏହି ସଂକ୍ରମଣ ଆଫ୍ରିକୀୟ ଦେଶ କାମେରୁନ ଯାତ୍ରାରୁ ଫେରିଥିବା ବ୍ୟକ୍ତି ସହ ଜଡିତ ଅଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏଥିରେ ୪୬ଟି ମ୍ୟୁଟେସନ୍ ଅଛି, ଯାହା ଓମିକ୍ରନ୍ ଅପେକ୍ଷା ଅଧିକ ସଂକ୍ରାମକ ଏବଂ କୈଣସି ଟିକା ଏହା ଉପରେ ସେତେଟା ପ୍ରଭାବ ପକାଇପାରେ ନାହିଁ । ତେବେ ଏହି ଭ୍ୟାରିଆଣ୍ଟ ଅଳ୍ପ ଚିହ୍ନଟ ହୋଇଥିବା ବେଳେ ଅନ୍ୟ କୌଣସି ଦେଶକୁ ବ୍ୟାପି ନାହିଁ ।

IHU ଭ୍ୟାରିଆଣ୍ଟ କେତେ ମାରାତ୍ମକ:

  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏପର୍ଯ୍ୟନ୍ତ IHU ଭ୍ୟାରିଆଣ୍ଟ ଅର୍ଥାତ୍ B.1.640.2 ପରୀକ୍ଷା ପାଇଁ ଏକ ଲେବଲ୍ ଦେଇନାହିଁ ।
  • ଏହି ରୋଗ କେତେ ମାରାତ୍ମକ, ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ।
  • ଏପିଡେମୋଲୋଜିଷ୍ଟ୍ ଏରିକ୍ ଫିଗଲ୍-ଡିଙ୍ଗ୍ କହିଛନ୍ତି ଯେ ନୂତନ ଭ୍ୟାରିଆଣ୍ଟ ଗୁଡିକ ବାହାରକୁ ଆସୁଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନେ ଜନ ସାଧାରଣଙ୍କ ପାଇଁ ଅଧିକ ବିପଜ୍ଜନକ ସୃଷ୍ଟି କରିବେ । ବର୍ତ୍ତମାନ ଓମିକ୍ରନ୍ ପୂର୍ବରୁ ମଧ୍ୟ ଅନେକ ଦେଶରେ ଭୟର ବାତାବରଣ ରହିଛି ଏବଂ ନୂତନ ଭ୍ୟାରିଆଣ୍ଟର ଆଗମନ ସହିତ ବିପଦ ଆହୁରି ବୃଦ୍ଧିପାଇଛି ।
  • ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ୍ ଭ୍ୟାରିଆଣ୍ଟ ହଇଚଇ ସୃଷ୍ଟି କରିଛି ଏବଂ କରୋନାର ମୋଟ ମାମଲାର ପ୍ରାୟ 60 ପ୍ରତିଶତ ଓମିକ୍ରନ୍ ପ୍ରକାରର ଅଟେ ।
  • ଦକ୍ଷିଣ ଆଫ୍ରିକା ମାଧ୍ୟମରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଭାରତ ସମେତ ଅନେକ ଦେଶରେ ପହଞ୍ଚିଛି । ତେବେ ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶରେ ଓମିକ୍ରନ୍ ମାମଲାର ସଂଖ୍ୟା ୧,୮୯୨କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂଖ୍ୟା ୫୬୮ଏବଂ ୩୮୨ ଓମିକ୍ରନ୍ ମାମଲା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now