Advertisment

ଦେଶରେ ବିସ୍ଫୋରଣ, ରାଜ୍ୟରେ ବି ଅସମ୍ଭାଳ

ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ।

author-image
Chandan Shishu
undefined

Covid Infection

ଭୁବନେଶ୍ୱର: ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଆଜି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆଗକୁ ସଂକ୍ରମଣ ଆହୁରି ବଢିବ। ସେପଟେ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ICMR ନୂଆ କିଟ୍ ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ଭିତରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ବଲାଙ୍ଗିରରେ ହୋଇଥିବାର ଖବର ଆସିଛି।

Advertisment

ଦେଶରେ ବିସ୍ଫୋରଣ, ରାଜ୍ୟରେ ବି ଅସମ୍ଭାଳ। ୨୪ ଘଣ୍ଟାରେ ଭୟଙ୍କର କୋଭିଡ୍ ସଂକ୍ରମଣର ଲମ୍ବା ଲଂଫ। ଦେଶରେ ଦିନକରେ ୯୦, ୯୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଏ ସଂଖ୍ୟା ୧୮୯୭ ଗତକାଲିଠୁ ଦେଶରେ ଆଜି  ୩୨ ହଜାର ନୂଆ ପଜିଟିଭ୍ ବାହାରିଥିବାବେଳେ ଦୈନିକ ପଜିଟିଭିଟି ହାର ୬.୪୩ ପ୍ରତିଶତକୁ ବଢ଼ିଛି ଓ ଆକ୍ଟିଭ କେସ୍ ସଂଖ୍ୟା ବଢ଼ି ୩ ଲକ୍ଷ ମୁହାଁ ହୋଇଛି। ୩୨୫ ଆକ୍ରାନ୍ତଙ୍କ ମୃତ୍ୟୁ ସହ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ମୁହାଁ ହୋଇଛି।

ସେହିପରି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ଘାଇଁ ଘାଇଁ ବଢ଼ି ଚାଲିଛି। ୨୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଛୁଇଁ ସାରିଥିବା ଏ ଭାରିଆଣ୍ଟରେ ଆଦ୍ୟାବଧି ୨୬୩୦ ଆକ୍ରାନ୍ତ ହୋଇ ସାରିଲେଣି। ଏଣେ ଓଡ଼ିଶାରେ ବି ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ବଲାଙ୍ଗିରରେ ପ୍ରାଣ ହରାଇଥିବା ଖବର ଆସିଛି। ମୃତକ ଜଣଙ୍କ ଆଗଲପୁର ବ୍ଲକ୍ ଅଞ୍ଚଳର ଜଣେ ୪୫ ବର୍ଷୀୟା ମହିଳା। ଏ ସମ୍ପର୍କରେ ବଲାଙ୍ଗିର ସିଡିଏମ୍ଓ ତଥ୍ୟ ଦେଇ କହିଛନ୍ତି-ଛାତିରେ ଯନ୍ତ୍ରଣା ଯୋଗୁଁ ଡିସେମ୍ବର ୨୨ରେ ମହିଳା ଜଣକ ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ବୁର୍ଲା ପଠାଯାଇଥିଲା, ସେଠି ୨୩ରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ଓମିକ୍ରନ୍ ଚିହ୍ନଟ ପାଇଁ ଜିନମ ସିକୁଏନ୍ସିଂ ନିମନ୍ତେ ସାମ୍ପଲ ପଠାଯାଇଥିଲା, ହେଲେ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ୨୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜିନମ ସିକୁଏନସିଂ ରିପୋର୍ଟ ଆସିବା ପରେ ସେ ଓମିକ୍ରନ୍ ଆକ୍ରାନ୍ତ ଜଣାପଡ଼ିଥିଲେ ସମ୍ପୃକ୍ତ ମହିଳାଙ୍କ ଗାଁକୁ ଯାଇ କଣ୍ଟା ଟ୍ରେସିଂ ଚାଲିଛି।

Advertisment

ଏଣେ ରାଜ୍ୟରେ ପୁଣି ୨ହଜାର ମୁହାଁ। କରୋନାର ଦୈନିକ ସଂକ୍ରମଣକୁ ନେଇ ବଢିଛି ଟେନସନ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୨୬୨, କଟକରୁ ୧୪୮, ସମ୍ବଲପୁରରୁ ୧୨୫ ଓ ବାଲେଶ୍ୱରରୁ ୧୦୦ ନୂଆ ରୋଗୀ। ଭୁବନେଶ୍ୱରର ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାବେଳେ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ ମିଶାଇ କାଲିଠୁ ଆଜି ଭିତରେ BMC ଏରିଆରେ ମୋଟ୍ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷିତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ୩ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ  ଆସିଛି।

ସେମାନଙ୍କ ମଧ୍ୟରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ମ୍ୟାନେଜର ଅଛନ୍ତି। ସମସ୍ତଙ୍କୁ ସଂଗରୋଧରେ ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି। ସେପଟେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି- ସବୁ ଜିଲ୍ଲାରେ ଓମିକ୍ରନ ଦେଖାଦେଲାଣି, ଆଗକୁ ସଂକ୍ରମଣ ଆହୁରି ବଢିବ ତେବେ ରାଜ୍ୟରେ ICU ଲୋଡ୍ ବହୁତ କମ୍ ଅଛି ଓ ଆଗକୁ ବଢ଼ାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି ହେଲେ ଏବେ ସୁଦ୍ଧା ସିଭିଅରଟି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। ଏଥିପାଇଁ ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ମିଳିବ। ତେବେ ରାଜ୍ୟରେ ଅଦ୍ୟାବଧି ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇନଥିବାବେଳେ ୨୬ ଲକ୍ଷ ୨ୟ ଡୋଜ୍ ନେଇନାହାନ୍ତି। ସେମାନଙ୍କୁ ଟିକାକରଣ ପାଇଁ ଉଦ୍ୟମ ଚାଲିଛି। ଓମିକ୍ରନ ଚିହ୍ନଟ ପାଇଁ ICMR ନୂଆ କିଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଓ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ତୃତୀୟ ଲହରରେ ଦେଶରେ ପୁଣି ହୁ ହୁ ମାଡ଼ି ଚାଲିଥିବା କରୋନା ଯେତିକି ଚିନ୍ତାଜନକ ହୋଇଛି, ତାଠୁ ଅଧିକ ଟେନସନ୍ ଦେଉଛି ସମ୍ମୁଖ ଯୋଦ୍ଧାଙ୍କୁ ଏହି ମହାମାରୀ ଆକ୍ରମଣ ମୁମ୍ବାଇରେ ୨୪ ଘଣ୍ଟାରେ ୨୬୦ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି। ସେହିପରି ଇଟାଲିରୁ ଏକ ଚାଟାର୍ଡ ବିମାନରେ ଅମୃତସର ଫେରିଥିବା ୧୭୯ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୫ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।

Omicron Omicron Variant Omicron Variant Test Kit
Advertisment
Advertisment