• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଭୁବନେଶ୍ୱର ଏୟାରପୋର୍ଟରେ ପାଦ ପକାଇଲେ ହେବ କରୋନା ଟେଷ୍ଟ । ଯେତେ ଯାତ୍ରୀ ଆସିବେ ସମସ୍ତେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏଭଳି କଡ଼ା ଗାଇଡଲାଇନ ଜାରି କରିଛି ବିଏମ୍‌ସି (BMC) । ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ ନିର୍ଦ୍ଦେଶ BMC ନିର୍ଦେଶ ଦେଇଛି ।

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ ଆସେ, ତେବେ ପର ମୂହୁର୍ତ୍ତରେ ପ୍ରୋଟୋକଲ ଅନୁସାରେ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛି ବିଏମ୍‌ସି । ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ ଲାଗୁ ପାଇଁ ନୋଟିସ କରିଛି (Bhubaneswar Municipal Corporation) ବିଏମ୍‌ସି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନୂଆ କୋଭିଡ୍‌ ଗାଇଡ୍‌ଲାନ୍‌ ଜାରି କରାଯାଇଛି । ସାରା ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ଖରାପ ହେଲାଣି । ଏମିତିକି ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏହି କଟକଣା ଜାନୁଆରୀ ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଅନ୍ୟପଟେ ରାଜ୍ୟରେ ଆରମ୍ଭ ହୋଇସାରିଛି ତୃତୀୟ ଲହର ! ଏନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଦେଶ ତଥା ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଏବେ କୋଭିଡ୍‌ର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି । ତେବେ ନୂଆ ଗାଇଡ୍‌ଲାଇନ୍‌ ନିୟମ ଅନୁଯାୟୀ..

  • ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ
  • ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ
  • ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ
  • ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ
  • କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ
  • ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ
  • ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ
  • ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
  • ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି
  • ପର୍ଯ୍ୟଟନ ସ୍ଥାନରେ ପିକନିକ ସଂପୂର୍ଣ୍ଣ ବାରଣ କରାଯାଇଛି- SRC
  • କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି
  • ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ
  • ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ
  • ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ
  • ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ
  • ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC
  • ନନ୍ଦନକାନନ ଆଦି ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି
  • ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ
  • ରାଜ୍ୟର ସମସ୍ତ ସରକାରୀ ଅଫିସ୍ ୫୦ ପ୍ରତିଶତରେ ଚାଲିବ
  • ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି
  • ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି 
  • ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।
  • ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ।
  • କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ ।