Advertisment

ଓଡ଼ିଶାରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ !

ରାଜ୍ୟରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ରାଜ୍ୟରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।ମୃତ ମହିଳାଙ୍କ ସମ୍ପର୍କରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଦେଇ କହିଛନ୍ତି- ଛାତିରେ ଯନ୍ତ୍ରଣା ପାଇଁ ଗତ ୨୨ ତାରିଖରେ ମହିଳା ଜଣକ ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ବୁର୍ଲା ପଠାଯାଇଥିଲା। ସେଠି ୨୩ ତାରିଖରେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ।

Advertisment

ସମ୍ପୃକ୍ତ ମହିଳା ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ ତାହା ଜାଣିବା ଲାଗି ସାମ୍ପଲ ଜିନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା। ପରେ ଜଣାପଡ଼ିଥିଲା ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲେ। ତେବେ ରିପୋର୍ଟ ଆସିବା ପୂର୍ବରୁ ଗତ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ବୋଲି ସୂଚନା ମିଳିଛି। ଏପରିକି ଅନ୍ତିମ ସଂସ୍କାରରେ କିଛି ଗାଁ ଲୋକେ ମଧ୍ୟ ସାମିଲ ହୋଇଥିଲେ। 

ବର୍ତ୍ତମାନ ଉକ୍ତ ମହିଳାଙ୍କ ଗାଁକୁ ଯାଇ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବଲାଙ୍ଗିର CDMO କହିଛନ୍ତି। ମହିଳାଙ୍କ ମୃତ୍ୟୁ ଓମିକ୍ରନ୍‌ରେ ହୋଇଛି ନା ହୃଦ୍‌ଘାତରେ ହୋଇଛି ତାହା ଏବେ ଜଣାପଡ଼ିନାହିଁ ବୋଲି CDMO କହିଛନ୍ତି।

Advertisment

ସୂଚନାଥାଉ କି, ଗତକାଲି ରାଜ୍ୟରେ ଆଉ ୨୪ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ୬୧ରେ ପହଞ୍ଚିଛି। ଓମିକ୍ରନ୍‌ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ । ଆଜି ବି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୯,୭୭୩ରେ ପହଞ୍ଚଛି। 

COVID-19 Omicron Omicron Variant
Advertisment
Advertisment