କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ।
ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ କରୋନା କଟକଣା... ସବୁ ସହରାଂଚଳରେ ରାତି ୯ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ... ହୋଟେଲ ଓ ବାରରେ ୫୦ ପ୍ରତିଶତଙ୍କୁ ଅନୁମତି... ବାହାଘରେ ଶହେ ଏବଂ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ୫୦ ଜଣ... ସରକାରୀ ଅଫିସରେ କାମ କରିବେ ୫୦ ପ୍ରତିଶତ କର୍ମଚାରୀ...
କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।
ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।
ସର୍ବସାଧାରଣ ଡଙ୍ଗାଭସା ଉପରେ ବି ଲାଗିଛି କଟକଣା । ଗଂଜାମରେ ଆଜି ଅପରାହ୍ନ ୨ଟା ପଯର୍ୟନ୍ତ ସମୁଦ୍ର କୂଳରେ ଲାଗିଛି କଟକଣା । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମିରେ କଣ ରହିଛି ଦୃଶ୍ୟ ଦେଖନ୍ତୁ ଏ ଭିଡିଓରେ...।
ବିଏମସିର କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ଦୃଶ୍ୟ...