Advertisment

ଦିଲ୍ଲୀ ଦେଖୁଛି କରୋନାର ପଞ୍ଚମ ଲହର ! ସଜାଗ ହେଲା ଓଡ଼ିଶା

ଦିଲ୍ଲୀରେ ସଂକ୍ରମଣକୁ ଦେଖି ଆଗୁଆ ପ୍ରସ୍ତୁତ ହେଲାଣି ଓଡ଼ିଶା। କୋଭିଡ୍‌ ଗାଇଡଲାଇନ କିପରି କଡ଼ାକଡ଼ି ପାଳନ କରାଯିବ, ଏନେଇ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Covid 5th Wave

Covid 5th Wave

ରାଜଧାନୀ ଦିଲ୍ଲୀରେ କରୋନାର ଯେଉଁ ପ୍ରକୋପ ଦେଖିବାକୁ ମିଳିଛି, ତାହା ହେଲା କୋଭିଡ୍‌ର ୫ମ ଲହର। ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ନେଇ ଏହା କହିଛନ୍ତି ରାଜ୍ୟ ସରକାର। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ଏବେ ଦୈନିକ କୋଭିଡ୍‌ କେସ୍ ୧୦ ହଜାରରୁ ଅଧିକ ଚିହ୍ନଟ ହେଉଛି। ଖୁବଶୀଘ୍ର ପଜିଟିଭିଟି ରେଟ୍‌ ୧୦ ପ୍ରତିଶତ ଉପରକୁ ଯାଇପାରେ। ଯାହା ତୁଳନାରେ ୫ ପ୍ରତିଶତ ତଳକୁ ହସ୍ପିଟାଲ ବେଡ୍‌ ଖାଲି ରହିଛି। 

Advertisment

କୋଭିଡ୍ ନିୟମକୁ ମାନିବା ଓ ନିଜକୁ ଆଇସୋଲେଟ୍‌ କରିବା ପାଇଁ ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି । ଦେଶରେ କରୋନା କ୍ଷୀପ୍ର ବେଗରେ ବ୍ୟାପୁଛି । ରୋଗୀଙ୍କ ଠାରେ କମ୍‌ ଓ ମଧ୍ୟମ ଲକ୍ଷଣ ଦେଖାଦେଉଛି । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କରୋନାର ତୃତୀୟ ଲହର ଆଡ଼କୁ ମୁହାଁଉଛି, କିନ୍ତୁ ଦିଲ୍ଲୀରେ କୋଭିଡ୍‌ର ପଞ୍ଚମ ଲହର ଛୁଇଁସାରିଛି। ସେ କହିଥିଲେ ଯେ, ସମସ୍ତ ଘରୋଇ ମେଡିକାଲରେ ଥିବା ବେଡ୍ ସଂଖ୍ୟା କ୍ଷମତାଠୁ ୧୦ରୁ ୪୦ ପ୍ରତିଶତକୁ ବଢାଇବା ପାଇଁ କୁହାଯାଇଛି। ସରକାରୀ ହସ୍ପିଟାଲରେ ବେଡ୍‌ କ୍ଷମତା ୫ ପ୍ରତିଶତ ରହିଛି। 

Advertisment

ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବେ ସୁସ୍ଥ ଅଛନ୍ତି, ସେ ଏବେ ସମ୍ପୂର୍ଣ୍ଣ ଆଇସୋଲେସନରେ ଅଛନ୍ତି। ସେପଟେ ଦିଲ୍ଲୀରେ ଅକ୍ସିଜେନ୍ ସଂଖ୍ୟା ବଢାଇବା ପାଇଁ କୁହାଯାଇଛି। LMO ଟ୍ୟାଙ୍କ ଉପଲବ୍ଧ ରହିଛି।  
ଆଗରୁ ଦିଲ୍ଲୀରେ ଦୈନିକ ୫୦ ହଜାରରୁ ୫୫ ହଜାର କୋଭିଡ ଟେଷ୍ଟ କରାଯାଉଥିଲା। ଏବେ ଦୈନିକ ୭୦ ହଜାରରୁ ୯୦ହଜାରକୁ ବୃଦ୍ଧି କରାଯାଇଛି। 

ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଜିମ୍ ଗୁଡିକୁ ବନ୍ଦ କରାଯାଇଛି। ଏହାକୁ ନେଇ ଆପତ୍ତି ଉଠାଇଛି ଦିଲ୍ଲୀ ଜିମ୍ ଆସୋସିଏସନ୍। ଗତ ୨୦ ମାସ ଭିତରୁ ୮ ମାସ ଜିମ୍ ବନ୍ଦ ରହିବା ପରେ ଏବେ ଖୋଲିଥିଲା କିନ୍ତୁ ଖୋଲିବାର କିଛି ଦିନ ପରେ ପୁଣି ବନ୍ଦ କରାଯାଇଥିବାରୁ ସଂଘ ଆପତ୍ତି ଉଠାଇଛି। ଯେଉଁଠି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ, ତାକୁ ବନ୍ଦ କଲେ ଜିମ୍ ବ୍ୟବସାୟ କିପରି ବଢିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସଂଘ କର୍ମକର୍ତ୍ତା। 

ସେପଟେ ଦିଲ୍ଲୀରେ ସଂକ୍ରମଣକୁ ଦେଖି ଆଗୁଆ ପ୍ରସ୍ତୁତ ହେଲାଣି ଓଡ଼ିଶା। କୋଭିଡ୍‌ ଗାଇଡଲାଇନ କିପରି କଡ଼ାକଡ଼ି ପାଳନ କରାଯିବ, ଏନେଇ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ ଯେ- ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ, ଆଗକୁ ବି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବ। ଯେହେତୁ ଦିଲ୍ଲୀ ପରି ସଂକ୍ରମଣ ବଢିବ, ଅନ୍ୟ ରାଜ୍ୟରେ ଯେଭଳି ସଂକ୍ରମଣ ବଢୁଛି ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବ। 

COVID19 New Delhi 5th Wave
Advertisment
Advertisment