• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ୫୦% କ୍ଷମତାରେ ହୋଟେଲ ଓ ବାର୍ ଚାଲିବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।

ଜାଣନ୍ତୁ, କ’ଣ ରହିଛି ନୂଆ ଗାଇଡ୍‌ଲାଇନ୍‌...

  • ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ
  • ମଲ୍ ଓ ବଜାରରେ ଭିଡ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ। ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏ ଦୋକାନ ବନ୍ଦ କରାଯିବ।
  • ପର୍ଯ୍ୟଟନ ସ୍ଥାନ ଓ ପାର୍କରେ ପିକ୍‌ନିନ୍‌ ହୋଇପାରିବନି
  • ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିିବ
  • ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିବେ
  • ସର୍ବାଧିକ ୫୦ ଲୋକଙ୍କୁ ନେଇ ଇଣ୍ଡୋର ଓ ଆଉଟଡୋର ଫିଲ୍ମ ସୁଟିଂ ହେବ
  • ବାହାଘର ଓ ବ୍ରତ ଘରରେ ୧୦୦ ଜଣ ଏବଂ ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ରହିଛି
  • ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ସାମିଲ ହୋଇପାରିବେ  
  • ବାହାଘର ଏବଂ ରିସେପ୍‌ସନ୍‌ ବ୍ୟତୀତ ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ହୋଇପାରିବନି  
  • ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। 

ଭୁନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ BMC ନିର୍ଦ୍ଦେଶ ଦେଇଛି। ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ ।