ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।
Published By: Otv Khabar Bureau
Last updated: 06 January 2022, 11:04 AM IST
ସାରା ଦେଶରେ ପିଲାମାନେ ଟୀକାକରଣ ପରେ ସେମାନଙ୍କର ଫଟୋ ଅପଲୋଡ୍ କରି ସାରା ଭାରତରେ ଲୋକଙ୍କୁ ପ୍ରେରଣା ଦେଇଛନ୍ତି । ଏହି ଫଟୋ ଗୁଡିକ ଅରୁଣାଚଳ ପ୍ରଦେଶର ପପୁମ୍ ଜିଲ୍ଲା ଡୋଇମୁଖରୁ ଆସିଛି ।
ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପିଲାଙ୍କୁ ଭ୍ୟାକ୍ସିନ ଦିଆଯାଉଥିବାର ଚିତ୍ର
ଅଭିଭାବକଙ୍କ ସହ ଭ୍ୟାକ୍ସିନେସନ୍ ସେଣ୍ଟରରେ ପହଞ୍ଚିଛନ୍ତି ପିଲାମାନେ
ଖୁବ୍ ଉତ୍ସାହର ସହ ଭ୍ୟାକ୍ସିନ ନେଉଛନ୍ତି ଛାତ୍ରଛାତ୍ରୀ
ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ସ୍କୁଲରେ ଭ୍ୟାକ୍ସିନ ନେଉଛନ୍ତି