ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ SRC କଟକଣା ଜାରି କରିଛନ୍ତି। ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।
କିଛି ମାନୁନି ସଂକ୍ରମଣ, ବେକାବୁ ହେଲାଣି ସ୍ଥିତି: ରାଜ୍ୟର ୫ ଜିଲ୍ଲାରେ ସ୍ଥିତି ହେଲାଣି ସଙ୍ଗୀନ
ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।
ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।
ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।
ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆହୁରି ଦୁଇ ମାସ ଯାଏଁ କରୋନା ବଢ଼ିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି।
ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ ।
କରୋନା ମାଡ଼ୁଛି, ଭୟ ବଢ଼ୁଛି । ରାଜ୍ୟରେ ଆଜି ୮ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫ ହଜାର ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।
୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ ।
ଯାଜପୁର କୋରେଇ ମେଡିକାଲ ପରିସରର ଏ ହେଉଛି ଦୃଶ୍ୟ.. ଶହ ଶହ କରୋନା କିଟ୍ ପୋଡିଦିଆଯାଉଛି.
ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ।
ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ ।
ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ ।
ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଦିଲ୍ଲୀରେ ଏବେ ସ୍ଥିତି ସଂଗୀନ ରହିଛି । ପ୍ରତି ୪ ଜଣରେ ଜଣେ କରୋନା ପଜିଟିଭ୍ ହେଉଥିବା ଜଣାପଡ଼ିଛି । ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତ ରହିଥିଲା । ଗତବର୍ଷ ମେ’ ମାସ ପରେ ପ୍ରଥମଥର ପାଇଁ ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତକୁ ଛୁଇଁଛି ।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC । କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ।ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମକର ସଂକ୍ରାନ୍ତି ପାଇଁ କଟକଣା ଜାରି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ହୋମ୍ ଆଇସୋଲେସନ୍ରେ ଥିବା ସଂକ୍ରମିତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ନୂତନ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଠାରୁ ଦିଲ୍ଲୀର ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର୍ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ହୋମ୍ ଡେଲିଭରି ଏବଂ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ନେଇଯିବାର ସୁବିଧା ଉପଲବ୍ଧ ରହିବ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। କାରଣ ଏହି ୨ଟି ସ୍ଥାନରୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।
ହୁ ହୁ ବଢ଼ିଚାଲିଛି କରୋନା ସଂକ୍ରମଣ.. ଆଜି ଏକାବେଳେ ୨ହଜାରରୁ ଅଧିକ ସଂକ୍ରମଣ ବୃଦ୍ଧି ପାଇଛି ରାଜ୍ୟର କରୋନା ସଂକ୍ରମଣ ଅପଡେଟ୍ ଜାଣନ୍ତୁ..
ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୨୧ ହଜାର ୪୪୬କୁ ବୃଦ୍ଧି ପାଇଛି ।
ଅସମ୍ଭାଳ ହେଲାଣି ସ୍ଥିତି। ଦେଶରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ।