Advertisment

ଦେଶରେ ଦୁଇ ଲକ୍ଷ ମୁହାଁ କରୋନା ଗ୍ରାଫ୍‌; ୧୦ ପ୍ରତିଶତ ଟପିଲା ପଜିଟିଭିଟି ରେଟ୍‌

ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୨୧ ହଜାର ୪୪୬କୁ ବୃଦ୍ଧି ପାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Covid19। India Reports 1,68,063 Fresh Cases In Last 24 Hours

Covid19। India Reports 1,68,063 Fresh Cases In Last 24 Hours

ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୨୧ ହଜାର ୪୪୬କୁ ବୃଦ୍ଧି ପାଇଛି । ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୪୬୧କୁ ବୃଦ୍ଧି ପାଇଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ତେବେ ଗତ ୨୪ ଘଣ୍ଟାରେ ୬୯ ହଜାର ୯୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତୁଳନାରେ ଆଜି ୧୧ ହଜାର ୬୬୦ ସଂକ୍ରମଣ ମାମଲା କମ୍ ରହିଛି । ଗତକାଲି ଦେଶରେ ମୋଟ ୧ ଲକ୍ଷ ୭୯ ହଜାର ୭୨୩ କେସ୍ ଚିହ୍ନଟ ହୋଇଥିଲା ।

Advertisment

ସେହିପରି ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪,୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୯୪୩ ରହିଛି। ଦିନକରେ ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତ ବଢ଼ିଛି।

ଅନ୍ୟପକ୍ଷେ, ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖା ଯାଉନାହିଁ, ତାହେଲେ ପରୀକ୍ଷା କରିବାର ଆବଶ୍ୟକ ନାହିଁ। କରୋନା ପରୀକ୍ଷା ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR ପକ୍ଷରୁ ଜାରି ଗାଇଡଲାଇନ୍‌ରେ ଏହା କୁହାଯାଇଛି। ସଂକ୍ରମଣ ଜାଣିବାକୁ କିଏ ଟେଷ୍ଟିଂ କରିବେ କିଏ ନକରିବେ ସେନେଇ ଗତକାଲି ଏକ ବିସ୍ତୃତ ଆଡଭାଇଜରି ଜାରି କରିଛି ICMR।

India COVID19 Updates
Advertisment
Advertisment