Advertisment

ଟିକାର ୨ ବଡ଼ ଫାଇଦା କହିଲା ସ୍ୱାସ୍ଥ୍ୟ ବିଭାଗ

ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Luv Agrawal

Luv Agrawal

ନୂଆଦିଲ୍ଲୀ: ଟିକା ନେଇଥିବା ଲୋକଙ୍କ ସଂକ୍ରମଣ ସମ୍ଭାବନା ୭୮% କମ୍। ଏହା କହିଛନ୍ତି ଲବ୍‌ ଅଗ୍ରୱାଲ। ଦେଶରେ କରୋନା ଅପଡେଟ୍ ନେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଦେଶରେ ୩ଶହ ଜିଲ୍ଲାରେ କେସ୍ ପଜିଟିଭିଟି ହାର ୫%ରୁ ଅଧିକ ରହିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି। ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ତେବେ ଟିକା ନେବା ଦ୍ୱାରା ଡବଲ ଫାଇଦା ମିଳୁଥିବା WHO କହିଥିବା ନେଇ ସେ ସୂଚନା ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ଡବଲ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂକ୍ରମଣ ସମ୍ଭାବନା ୭୮% କମ୍। ଡବଲ ଡୋଜ୍ ଟିକା ନେଇଥିବା ଲୋକଙ୍କ ମେଡିକାଲ ଭର୍ତ୍ତି ସମ୍ଭାବନା ୯୫% କମ୍। ତୁରନ୍ତ ଟିକା ନେଇଯିବାକୁ ଓ କୋଭିଡ଼ ନିୟମ ମାନିବାକୁ ସେ କହିଛନ୍ତି। 

ସେପଟେ ଉଭୟ ଓମିକ୍ରନ୍ ଓ ଡେଲଟା ଭ୍ୟାରିଆଣ୍ଟକୁ ମାତ୍ ଦେଉଛି କୋଭାକ୍ସିନ। କୋଭାକ୍ସିନର ବୁଷ୍ଟର ଡୋଜ୍ ଉଭୟ ଭ୍ୟାରିଆଣ୍ଟ ପ୍ରତି ଫଳପ୍ରଦ ହେଉଛି।
କୋଭାକ୍ସିନ ଫଳପ୍ରଦ ହେଉଥିବା ନେଇ ପ୍ରସ୍ତୁତକର୍ତ୍ତା ଭାରତ ବାୟୋଟେକ୍ କହିଛି।

Advertisment

ଦେଶରେ ପୁଣି ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ। ଦେଶରେ ଦିନକରେ ୧ ଲକ୍ଷ ୯୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଠାରୁ ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିର ସଂକ୍ରମଣ ସଂଖ୍ୟା ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧୫.୮ ପ୍ରତିଶତ ଅଧିକ। ଦୈନିକ ପଜିଟିଭିଟି ହାର ୧୧ ଦଶମିକ ୦୫ ପ୍ରତିଶତ ରହିଛି। ଦେଶରେ ଦିନକରେ ୪୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ପାଇଛି।

COVID19 Omicron Variant Omicron Cases In India
Advertisment
Advertisment