ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା ।
ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନଲାଇନ ଡେଲିଭରୀ ଆପ୍ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ କରିଥାଆନ୍ତି । ଆଜି ମୁସଲମାନମାନଙ୍କର ପର୍ବ ଇଦ ଥିବାରୁ ସ୍ୱିଗି ତରଫରୁ ମଧ୍ୟ ଅଫର ଦିଆଯାଇଥିଲା । ଜଣେ ମହିଳା ଖାଦ୍ୟ ଅର୍ଡର କରିବାକୁ ଉକ୍ତ ଅଫର ମଧ୍ୟ ପ୍ରୟୋଗ କରିଥିଲେ ।
ପୂରଣ ହେବ ତ ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ସ୍ୱପ୍ନ । ମୁଖ୍ୟମନ୍ତ୍ରୀଙ୍କ ୨୦୨୨ର ଏହି ଘୋଷଣା ହାସ୍ୟାସ୍ପଦ ବୋଲି କହିଲା ବିଜେପି ।
ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ୍ ୱିକ୍ ର ଏପ୍ରିଲ ୧୯୬୬ କଭରରେ ସ୍ଥାନ ପାଇଥିଲେ ।
ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।
ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।
ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଟକା ପରେ ସୁପ୍ରିମକୋର୍ଟରୁ ବି ହେଲେ ନିରାଶ । ଇଡିର ଗିରଫଦାରୀକୁ ଠିକ କହିଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ କେଜରିୱାଲ ।
ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା ।
ବାଇକ ସ୍କାନ କଲେ ବାହାରୁଛି ଚା’ । କଥାଟି ଅବିଶ୍ୱାସ ହେଲେ ମଧ୍ୟ ସତ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ପ୍ରସିଦ୍ଧ ଅଭିନେତ୍ରୀ ଜିନ୍ନତ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ...
ବ୍ରହ୍ମପୁର ବିଧାନସଭା ଆସନ । ଏଥର ଏହି ସିଟରେ ହେବ ଗୁରୁ-ଶିଷ୍ୟ ଲଢେଇ । ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ ।
କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଗତ କିଛିଦିନ ତଳେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।
ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ ।
ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।
କନ୍ଧମାଳରେ ହେଲା ପ୍ରେମ, କେରଳରେ ହେଲା ହତ୍ୟାକାଣ୍ଡ । ଆଉ କୋଟଗଡରୁ ଧରାପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିଛି ।
ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା ।
ଦିନକୁ ଦିନ ତେଜୁଛି କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ଆଜି ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।
ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।
୩ ମାସରେ ୫୦ ମାଓବାଦୀ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ମାଓ ସଂଗଠନ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା ।