/odishatv-khabar/media/post_attachments/uploadimage/library/16_9/16_9_0/IPL_2024_1712820023.jpg)
IPL 2024
ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି । ଲଗାତାର ଚାରୋଟି ମ୍ୟାଚ ଜିତିବା ପରେ ଗତକାଲି ଗୁଜରାଟ ବିପକ୍ଷରେ ହାରିଥିଲା ରାଜସ୍ଥାନ ।
ସଞ୍ଜୁଙ୍କ ଉପରେ ଜୋରିମାନାକୁ ନେଇ ଆଇପିଏଲ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି, ସର୍ବନିମ୍ନ ଓଭର ରେଟ୍ ସହ ଆଇପିଏଲ୍ ଆଚରଣ ବିଧି ଅନୁଯାୟୀ ଏହା ତାଙ୍କ ଦଳର ପ୍ରଥମ ଭୁଲ ହୋଇଥିବାରୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଗତକାଲି ମ୍ୟାଚରେ ସଞ୍ଜୁ ୩୮ ଡେଲିଭରିରେ ଅପରାଜିତ ୬୮ ସ୍କୋର କରିଥିଲେ । ତେବେ ଏହି ମ୍ୟାଚରେ ଗୁଜରାଟ ବିଜୟୀ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ରିୟାନ ପରାଗ ୪୮ ବଲରୁ ୭୬ ରନ କରିଥିଲେ । ଏହା ସହ ଯଶସ୍ୱୀ ଜୟସ୍ୱାଲ୍ ୧୯ ବଲରୁ ୨୪ ରନ କରିଥିଲେ । ବୋଲିଂରେ କୁଲଦୀପ ସେନ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ୨ଟି ଓ ଆଭେଶ୍ ଖାନ୍ ଗୋଟିଏ ୱିକେଟ ନେଇଥିଲେ ।
ଟସ୍ ଜିତି ଗୁଜରାଟ ପ୍ରଥମେ ବୋଲିଂ ନେଇଥିଲେ । ରାଜସ୍ଥାନ ରୟାଲ୍ସ ନିର୍ଧାରିତ ଓଭରରେ ୧୯୬ ରନ କରିଥିବା ବେଳେ ଗୁଜରାଟ ଏହାକୁ ହାସଲ କରିନେଇଥିଲା । ଗୁଜରାଟ ତରଫରୁ ଅଧିନାୟକ ଶୁବମାନ ଗିଲ୍ ମାତ୍ର ୪୪ ବଲରୁ ୭୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ସୁଦର୍ଶନ ୩୫ ଓ ରଶିଦ ଖାନ ୨୪ ରନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)