• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂରଣ ହେବ ତ ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ସ୍ୱପ୍ନ । ମୁଖ୍ୟମନ୍ତ୍ରୀଙ୍କ ୨୦୨୨ର ଏହି ଘୋଷଣା ହାସ୍ୟାସ୍ପଦ ବୋଲି କହିଲା ବିଜେପି । କେବେ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବେ ମୁଖ୍ୟମନ୍ତ୍ରୀ, ତା’ର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ଦଳ ।

ଏଥର ନିର୍ବାଚନରେ ସ୍ୱପ୍ନ ବିକୁଥିବା ସରକାରକୁ ପ୍ରତ୍ୟାଖାନ କରିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲା ବିଜେପି । ଛଳନା ଓ ଅହଙ୍କାର, ଭ୍ରଷ୍ଟାଚାର ଓ ଦିବା ସ୍ୱପ୍ନର ଚାରି ଛକ ଉପରେ ବିଜେଡ଼ି ସରକାର ଓଡ଼ିଶାକୁ ଛିଡା କରିଛି । ନାହିଁ ନାହିଁ ରାଜ୍ୟରେ ପରିଣତ ହୋଇଛି ଓଡିଶା । ୨୦୨୨ ମେକ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ ଖୁବଶୀଘ୍ର ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବ ।

କିନ୍ତୁ ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ ୨୦୪୭ ସୁଦ୍ଧା ୮ଟି ରାଜ୍ୟ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଥିବ । କିନ୍ତୁ ଓଡ଼ିଶା ୧ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ହେବା ପାଇଁ ୨୦୭୦ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରିପୋର୍ଟ କହୁଛି ।

ରାଜ୍ୟରେ ଖଣି ଓ ଜଳ ସମ୍ପଦ, ୪୮୦ କିମି ବେଳାଭୂମି ଭଳି ଅପାର ସମ୍ଭାବନା ଥିବା ବେଳେ କାହିଁକି ଓଡ଼ିଶା ୨୦୪୭ ସୁଦ୍ଧା ୧ ଟ୍ରିଲିଅନ ଅର୍ଥନୀତି ହୋଇପାରିବ ନାହିଁ । ୨୦୭୦ ପର୍ଯ୍ୟନ୍ତ ଓଡ଼ିଶାକୁ କାହିଁକି ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଶ୍ନ ଉଠୁଛି । ଓଡ଼ିଶାର ସ୍ଥାନ ଇନୋଭେସନ ଇଣ୍ଡେକ୍ସରେ ୨୮ ରାଜ୍ୟ ମଧ୍ୟରେ ସବୁଠୁ ତଳେ ଅଛି ।

ଓଡ଼ିଶାର ୪୧.୬ ପ୍ରତିଶତ ଯୁବକ ଯୁବତୀ ବେକାରୀ ଅଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶା କେମିତି ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ପ୍ରଶ୍ନ କରିଛି ବିଜେପି ।