• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ବର୍ତ୍ତମାନର ଯୁବପିଢ଼ି ବିବାହ ନାମକ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ପ୍ରସିଦ୍ଧ ଅଭିନେତ୍ରୀ ଜିନତ୍ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ ।

ଏପରି କରିବା ଦ୍ୱାରା ଅପର ପାର୍ଶ୍ୱର ବ୍ୟକ୍ତିକୁ ଜାଣି ହେବ । ଫଳରେ ଛାଡ଼ପତ୍ରର ସଂଖ୍ୟା ମଧ୍ୟ କମିଯିବ । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏପରି ଲେଖିଛନ୍ତି । ବିବାହ ହେଉଛି ଦୁଇଜଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା । ଲିଭଇନରେ ରହିବା ଦ୍ୱାରା ବ୍ୟକ୍ତିର ପସନ୍ଦ-ଅପସନ୍ଦ ଜାଣିହେବ । ଫଳରେ ସେମାନେ ବିବାହ ପାଇଁ ଠିକ କି ନାହିଁ ତାହା ମଧ୍ୟ ଜାଣିପାରିବେ ।

ପ୍ରଂଶସକଙ୍କ ମଧ୍ୟରେ ଜିନତ୍ ଙ୍କର ଏହି ପୋଷ୍ଟଟି ଲୋକପ୍ରିୟ ମଧ୍ୟ ହୋଇପାରିଛି । ଅନେକ ଏହାର ପକ୍ଷରେ ଲେଖିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି । ଏହା ସମାଜରେ ଅପସଂସ୍କୃତି ବଢ଼ାଇବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି । ବିବାହକୁ ନେଇ ଜଣେ ପ୍ରଶଂସକ ପଚାରିଥିବା ଉତ୍ତରରେ ସେ ଏପରି କହିଛନ୍ତି ।

ଏହା ମୋର ବ୍ୟକ୍ତିଗତ ମତ । ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଁ ଦୃଢ଼ ଭାବରେ ଏହା ପରାମର୍ଶ ଦେବି ଯେ, ଆପଣ ବିବାହ ପୂର୍ବରୁ ଏକାଠି ରୁହନ୍ତୁ । ଜଣେ ମାଆ ଭାବରେ ସେ ଏହା ନିଜ ପୁଅମାନଙ୍କୁ ମଧ୍ୟ କହିଥିବା କଥା ଲେଖିଛନ୍ତି । ନିଜର ଯୁକ୍ତିକୁ ଉପସ୍ଥାପନ କରିବାକୁ ଯାଇ ଜିନତ୍ କହିଛନ୍ତି ଯେ, ଦୁଇ ଜଣ ଲୋକଙ୍କ ସହ ସେମାନଙ୍କ ପରିବାର, ସମାଜରେ ଜଡିତ ହେବା ପୂର୍ବରୁ ପ୍ରଥମେ ନିଜ ନିଜକୁ ଚିହ୍ନିବା ଆବଶ୍ୟକ ।

ଦିନକୁ କିଛି ଘଣ୍ଟା ହୁଏତ ରହିପାର । କିନ୍ତୁ ନିଜର ସବୁକିଛିକୁ ପ୍ରତିପକ୍ଷ ସହ ବାଣ୍ଟିପାରିବ କି ? ଲକ୍ଷ ଲକ୍ଷ ଏପରି କାର୍ଯ୍ୟ ଅଛି ଯାହାକୁ ଆମେ ନିଜେ କରିବାକୁ ପସନ୍ଦ କରୁ । କିନ୍ତୁ ଏହା ଅନ୍ୟମାନଙ୍କୁ ପସନ୍ଦ ଆସିନପାରେ । ଆଗକୁ ଯାଇ ଏହା ଝଗଡ଼ାର ରୂପ ନିଏ । ଏଣୁ ବିବାହ ପୂର୍ବରୁ ଲିଭଇନରେ ରହିବା ନିହାତି ଆବଶ୍ୟକ ବୋଲି ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ।