/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712750549.jpg)
Viral Video
ବାଇକ ସ୍କାନ କଲେ ବାହାରୁଛି ଚା’ । କଥାଟି ଅବିଶ୍ୱାସ ହେଲେ ମଧ୍ୟ ସତ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହରିୟାଣାର ଘଟଣା । ଜଣେ ଯୁବକ ଏକ ଅଭିନବ ଶୈଳୀରେ ଏହି ବାଇକକୁ ତିଆରି କରିଛନ୍ତି । ବାଇକ ପଛ ପଟେ ସ୍କାନର ଲାଗିଛି ।
ଆଉ ଏହି ସ୍କାନରକୁ ସ୍କାନ କଲେ ସିଧା ଚା’ ବାହାରୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ଏକ କ୍ଷେତ ପାଖରେ ଛିଡ଼ା ହୋଇଛନ୍ତି । ପାଖରେ ବାଇକଟି ପାର୍କିଂ ହୋଇଛି । ନିଜ ଫୋନରେ ବାଇକ୍ ରେ ଥିବା QR କୋଡ୍ ସ୍କାନ୍ କରିବା ପରେ ବାଇକର ପଛ ପଟରୁ ବାହାରୁଛି ଚା’ । ବ୍ୟକ୍ତି ଜଣକ ସେହି ଚା’ ନେଇ ପିଉଛନ୍ତି ।
ଏହା ସହ ସେହି ଚା’ ରଖିବା ପାଇଁ ମଧ୍ୟ ବାଇକରେ ବ୍ୟବସ୍ଥା ରହିଛି । ଏପରି ବାଇକ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଦେଖୁଛି ସେ ପ୍ରଶଂସା କରୁଛି । ଏପରି ଅନନ୍ୟ ବାଇକକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ଗାଡ଼ି ତିଆରି କରିଥିବା ବ୍ୟକ୍ତିଙ୍କୁ ନାସାରେ ଚାକିରି ମିଳିବା କଥା । ସେ ନିହାତି ସେଠାରେ କିଛି ବିଶ୍ୱ କଲ୍ୟାଣ ଆବିଷ୍କାର କରିପାରିବେ ।
ଅନ୍ୟପଟେ ଏପରି ଆଇଡିଆ କେବଳ ଭାରତରେ ହିଁ ରହିବା ଆବଶ୍ୟକ ବୋଲି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି । ଭାରତରେ ଜ୍ଞାନର ଅଭାବ ନାହିଁ ବୋଲି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି । ଅନ୍ୟପଟେ ଚା’ ରଖିବା ପାଇଁ ବାଇକ ପଛପଟେ ଥିବା କାଠ ଟ୍ରେଟି ମଧ୍ୟ ଲୋକଙ୍କୁ ମନକୁ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)