• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କୁ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅରବିନ୍ଦ ଢାଲି ୨୦୧୯ରେ ବିଜେଡି ଟିକଟରେ ଭୁବନେଶ୍ୱର ଜୟଦେବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ କିଛି ଦିନ ତଳେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ।

ସେହିପରି ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ । ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ।

ଏହାକୁ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି । ଅନ୍ୟପଟେ ବିଜେଡି ଛାଡ଼ିଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଥିଲେ ଜ୍ୟୋତି । ତେବେ ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଛନ୍ତି ବୋଲି ଜଣାପଡ଼ିଛି ।

ସେପଟେ ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ବି ଜାରି ରହିଛି । ବୀରମହାରାଜପୁର ବିଜେଡିରେ ପୁଣି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ବିଜେଡିକୁ ପୁଣି ଲାଗିଛି ଆଉ ଏକ ଝଟ୍‌କା । ଦଳ ଛାଡ଼ିଛନ୍ତି ଏକାଧିକ ନେତା ଓ କର୍ମୀ । ଗତ କିଛିଦିନ ତଳେ ବିଜେଡି ଛାଡ଼ିଛନ୍ତି ଯୁବ ନେତା ନାରାୟଣ ଲୁହା ।

ସୁବର୍ଣ୍ଣପୁର ବୀରମହାରାଜପୁରର ଯୁବ ବିଜେଡି ସଭାପତି ଥିଲେ ନାରାୟଣ । ତାଙ୍କ ପତ୍ନୀ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେଡି କର୍ମକର୍ତ୍ତା ବିଜେଡିରୁ ସାମୁହିକ ଇସ୍ତଫା ଦେଇଛନ୍ତି । ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ । ତେବେ ବିଜେଡି ପୁଣି ଥରେ ଏଠାରୁ ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି ।