/odishatv-khabar/media/post_attachments/uploadimage/library/16_9/16_9_0/Crime_1712730525.jpg)
Crime
କନ୍ଧମାଳରେ ହେଲା ପ୍ରେମ, କେରଳରେ ହେଲା ହତ୍ୟାକାଣ୍ଡ । ଆଉ କୋଟଗଡରୁ ଧରାପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛି ସାମୁଏଲ ବଡ଼ ମାଝୀ । ତା’ ଘର କୋଟଗଡ ଥାନା ରାଙ୍ଗାପାଙ୍ଗା ଗାଁରେ ।
ହତ୍ୟାର ଶିକାର ହୋଇଥିବା ପ୍ରେମିକା ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି କେରଳ ଯାଇଥିଲେ । ତେବେ ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ପରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା ।
ସାମୁଏଲ ବଡ଼ ମାଝୀ ତାଙ୍କ ପ୍ରେମିକାକୁ ଏକ ଛୁରୀରେ ଆକ୍ରମଣ କରି କନ୍ଧମାଳକୁ ଫେରି ଆସିଥିଲା । ହତ୍ୟାକାଣ୍ତଟି ଗତ ୨ ତାରିଖରେ ଘଟିଥିଲା । ଛୁରୀ ସାହାଯ୍ୟରେ ପ୍ରେମିକ ଜଣକ ଆକ୍ରମଣ କରିଥିଲା । ହତ୍ୟା ପରେ ସାମୁଏଲ କନ୍ଧମାଳ ଫେରି ଆସିଥିଲା । ରିତିକାଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ ସ୍ଥାନୀୟ ଲୋକେ ।
ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଘଟଣା ସମ୍ପର୍କରେ ଜାଣିବା ପରେ ରିତିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ କେରଳ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାମୁଏଲ ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସିଥିଲା । କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କେରଳ ନେଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)