ବର ଦାଣ୍ଡରେ ଉଡିଲା ଲଙ୍କା ଗୁଣ୍ଡ । ଛଟପଟ ହେଲେ ପୂରା ବର ପରିବାର । ଖାଲି ବର ପରିବାର ନୁହେଁ ବନ୍ଧୁ ବାନ୍ଧବ ମଧ୍ୟ ଯନ୍ତ୍ରଣାରେ ହେଲେ ଆଉଟୁପାଉଟୁ । ପରେ ସମୟର ସୁଯୋଗ ଦେଖି କନ୍ୟାକୁ ଅପହରଣ କରିବାକୁ କରାଗଲା ଉଦ୍ୟମ ।
ଏ ଜୀବନ କାହାଣୀ, ୨୦୨୨ରେ ଆଇଏଏସ୍ ପାଇଥିବା ଦିଲ୍ଲୀର ଯୁବକ ସମ୍ୟକ୍ ଜୈନଙ୍କର । ୨୮ ବର୍ଷୀୟ ସମ୍ୟକ୍ ଏବେ ପୁଡୁଚେରିରେ ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । କିନ୍ତୁ ତାଙ୍କର ଲଢ଼େଇ ସେତେ ସହଜ ନଥିଲା । ଶୁଣନ୍ତୁ ତାଙ୍କଠାରୁ ଆଉକିଛି ସଂଘର୍ଷର କଥା ।
ବିଦ୍ୟୁତ୍ ଖୁଣ୍ଟରେ ଲାଗିଛି ପୁଳାପୁଳା ଅଭିଯୋଗର ହୋର୍ଡିଂ । ଯେବେ ସାଧାରଣ ଜନତା ନିଜ ହକରୁ ବଞ୍ଚିତ ହୁଏ ଏମିତି ଉଠେ ପ୍ରତିବାଦର ସ୍ୱର । ସରକାରଙ୍କ ମାଳମାଳ ଯୋଜନା ଯେବେ ଲୋକଙ୍କ ନିକଟରେ ନ ପହଞ୍ଚେ ସାଧାରଣ ଲୋକମାନେ ମାଗନ୍ତି ଏମିତି ଜବାବ ।
ବର୍ଷ ଆରମ୍ଭରୁ ଏକାବେଳେ ୮ ଲକ୍ଷ କମେଇଛନ୍ତି ଏହି ମହିଳା । ଆପଣ ଭାବୁଥିବେ ଇଏ ଏମିତି କି ବ୍ୟବସାୟ କରୁଛନ୍ତି ଯେ, ବର୍ଷ ଆରମ୍ଭରୁ ଏକାଥରକେ ୮ ଲକ୍ଷ । କଥାଟା ଜାଣିଲା ଭଳିଆ । କାରଣ ୬୩ ବର୍ଷ ବୟସରେ ଏ ମହିଳା ଜଣକ ଯଦି...
ଆହୁରି ବଢିବ ତାତି! ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି ।
ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ
ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି ।
ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି, ସେକଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।...
ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।
ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ ।
ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ। ମେଳଣରେ ସାପ ଖେଳ ଦେଖାଇଲା ଅଘୋରି ବେଶୀ କଳାକାର । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି...
ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଶକ୍ତ ଝଟକା । ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ । ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ ।
ଆଜି ତାତି କମିଲେ ବି, କଲବଲ କରିବ ଗରମ ଓ ଗୁଳୁଗୁଳି । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି...
ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।
୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ?
୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।
କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।