ଆଜି ବି କଲବଲ କରିବ ତାତି । କାରଣ ଆଜି ସାଢ଼େ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରାୟ ୭ଟି ସହରରେ ପାରଦ ୩୩ ଡିଗ୍ରୀ...
ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି ।
ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟ୍ କୁ ନେଇ ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ସରକାର । ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ଆମେରିକାରେ ଘଟିଲା ଅଭାବନୀୟ ଘଟଣା । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜନୈକ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଠିକ କୋର୍ଟ ସାମ୍ନାରେ ।
ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।
କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତରେ କାହା ପୁଅ ଚାଲିଗଲା ତ ଆଉ କାହାର ବାପା । ଗୋଟିଏ ଗାଁର ତିନି ତିନି ଜଣଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ସେହି ଶୋକ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି...
ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ ।
ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡିରେ ନିଖୋଜ ୭ ଜଣଙ୍କର ଏଯାଏଁ ପତ୍ତା ମିଳୁନି । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ ।
ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।
ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ ।
ଆଜିଠାରୁ ଆରମ୍ଭ ହୋଇଛି ମତଦାନ । ଯେଉଁମାନଙ୍କର ମତଦାନ ତାଲିକାରେ ନାଁ ରହିଛି, ସେମାନଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏକ ସ୍ଲିପ ଯାଇଛି । ଯାହା ଦ୍ୱାରା ସେମାନେ ନିଜ ନିଜ ମତଦାନ କେନ୍ଦ୍ରର ଠିକଣା ଜାଣିପାରିବେ । ଏହାକୁ ଭୋଟର୍ ସୂଚନା ସ୍ଲିପ ବା ଚିରୁକୁଟି...
ନାଗାଲାଣ୍ତର ପ୍ରାୟ ୬ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିରୋ ଭୋଟ କାଉଣ୍ଟ ହୋଇଛି । ଆର୍ଥିକ ସ୍ୱାଧୀନତା ସହ ପୃଥକ ପ୍ରଶାସନ ଦାବି କରି ଜିରୋ ଭୋଟ ମିଳିଥିବା ଜଣା ପଡ଼ିଛି ।
ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ଦୀପା । ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେବାକୁ ଯାଇଛନ୍ତି ଏହି କନ୍ୟା । ଆଜି ତାଙ୍କ ବିବାହ ରହିଛି କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦୀପା ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ପାର କରିଛି ୮ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱର ଓ କେନ୍ଦୁଝରରେ ୩୯.୮ ଡିଗ୍ରୀ...
ଜନଗହଳି ବସ୍ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।
ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ମୈତ୍ରିବିହାର ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ ।
ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ ।
ରାତି ପାହିଲେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବ ସାରା ଦେଶ । ଭୋଟିଂ ପୂର୍ବରୁ ପ୍ରସ୍ତୁତି ଜୋର, ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଓ କଡାକଡି । ଅରୁଣାଚଳ ପ୍ରଦେଶରେ ପୋଲିଂ ଟିମ୍ ପାହାଡ ଚଢି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି ।