ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ଅସନ୍ତୁଷ୍ଟ । ପ୍ରଥମେ ସୁନୀତା ଓ ରଘୁନନ୍ଦନଙ୍କ ପରେ ବର୍ତ୍ତମାନ ଅସନ୍ତୋଷ ଝାଡ଼ିଛନ୍ତି ସୁରେନ୍ଦ୍ର ସେଠୀ । ତୁଷାରକାନ୍ତିଙ୍କୁ ଟିକେଟ ପରେ ବର୍ଷିଛନ୍ତି ସୁରେନ୍ଦ୍ର ସେଠୀ ।
ରେଷ୍ଟୁରାଣ୍ଟ ମାଲିକ ଆଞ୍ଜେଲୋ ଲିଲା ଗତ ମାର୍ଚ୍ଚରେ ଉତ୍ତର ଇଟାଲୀରେ ଏହି ରେଷ୍ଟୁରାଣ୍ଟଟି ଆରମ୍ଭ କରିଥିଲେ । ସେବେଠାରୁ ଗ୍ରାହକମାନଙ୍କୁ ସେ ରାତ୍ରୀ ଭୋଜନ ବେଳେ ମୋବାଇଲ ବଦଳରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରି ଆସୁଛନ୍ତି ।
ଟିକେଟ୍ କଟିବା ପରେ ଆଜି କିଛି ବିଜେଡି ବିଧାୟକ ଓ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟକ ସୁନନ୍ଦା ଦାସ ।
ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି ।
ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା । ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛି । ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଭାରତୀୟ ମସଲାକୁ ପୁଣିଥରେ ଝଟକା । ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ୍ MDH ଓ ଏଭେରେଷ୍ଟ ମସଲାର ବିକ୍ରିକୁ ହଂକଂ ନିଷେଧ କରିଛି । ଏହି ଭାରତୀୟ ମସଲାରେ କର୍କିନୋଜେନିକ୍, ଇଥିଲିନ ଅକ୍ସାଇଡ ପରି କୀଟନାଶକର ଚିହ୍ନଟ ପରେ ହଂକଂ ଏହାକୁ ବ୍ୟାନ କରିଛି ।
ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ବିଜେଡିର ଇଫତାର ପାର୍ଟିରେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ ।
ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।
ଆପଣ ଜାଣନ୍ତି କି, ଘରେ ବ୍ୟବହାର ହେଉଥିବା ବାସନ ଦ୍ୱାରା ମଧ୍ୟ ଏହା ସୃଷ୍ଟି ହୋଇପାରେ । ପ୍ରତିବର୍ଷ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁସାରେ ଲୋକମାନଙ୍କର ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷିତ ଓ ବିଷାକ୍ତ ପରିବେଶ ଏଥି ନିମନ୍ତେ ଦାୟୀ ଅଟେ ।
ପାଣି ପାଇଁ ବିଧାୟକଙ୍କ ପ୍ରଚାରକୁ ଅଟକାଇଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ସୋରଡ଼ାରେ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି ।
ଆଉ କିଛିଦିନ ଯାଇଥିଲେ ଘରକୁ ଶୁଭ ଖବର ଆସିଥାଆନ୍ତା । କୁଆଁ କୁଆଁ ଶବ୍ଦରେ ପୁରି ଉଠି ଥାଆନ୍ତା ଘର । ଛୋଟ ଛୋଟ ପାଦ ଦ୍ୱୟ ଘରର ଅଗଣାରେ ଖେଳି ବୁଲିଥାଆନ୍ତା । ନାରୀର ନାରୀତ୍ୱ, ପୁରୁଷର ପୌରୁଷ ପୂର୍ଣ୍ଣ ହୋଇଥାଆନ୍ତା । କିନ୍ତୁ ...
ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି ।
ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...
ଟିକେଟ କରି ମଧ୍ୟ ଟ୍ରେନରେ ଚଢ଼ିପାରିଲେନି ଯୁବକ । ରାଗରେ ଭାଙ୍ଗିଲେ ଟ୍ରେନ ଝରକାର କାଚ । ଏସି କୋଚରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଠିକ୍ ଟାଇମରେ ଚ୍ରେନ ଛାଡ଼ିଦେଲା । ଆଉ ଏହା ସହ ଟ୍ରେନର ଡୋର୍ ମଧ୍ୟ ବନ୍ଦ ହୋଇଗଲା ।
ନିର୍ବାଚନକୁ ନେଇ ଉଠୁଛି ପଡୁଛି ଗାଁ ଓ ସହର । ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣା ଯାଉଛି । ବିଶେଷ କରି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍ ।
କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ବିଧାନସଭା ଆସନ । ହେଭିୱେଟ୍ ମାନଙ୍କ ହୋମ୍ ଗ୍ରାଉଣ୍ଡ୍ । ନର୍ଲା, ଏମ୍. ରାମପୁର, କର୍ଲାମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତ ଏବଂ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ରାଜନୀତି କ୍ଷେତ୍ରରେ ବେଶ୍ ଆଗୁଆ ।
ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଡଙ୍ଗାବୁଡ଼ିରେ ଚାଲିଗଲା ସାତ ସାତ ଜଣ ନିରୀହଙ୍କ ଜୀବନ । ଖୁସି ମଉଜରେ ପିକନିକ୍ ସାରି ଖୁସିରେ ଖୁସିରେ ଘରକୁ ବାହୁଡ଼ିବା ବେଳକୁ ଅକାଳ ଅଘଟଣ କେଉଁଠି ଥିଲା କେଜାଣି, ଝଡ଼ ଭଳି ମାଡ଼ି ଆସି ଉଜାଡ଼ି ଦେଲା ସବୁକିଛି, ଧୋଇଦେଲା ସବୁ ଖୁସି ।