ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ।
ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ ।
ନିର୍ବାଚନକୁ କବଜାକୁ ନେଇପାରେ ଚୀନ । ଆଗକୁ ଭାରତରେ ସାଧାରଣ ନିର୍ବାଚନ ଆସୁଛି । ଏହାକୁ ଭ୍ରମିତ କରିବାକୁ ଖେଳ ଖେଳିପାରେ ଚୀନ । କୃତ୍ରିମ ବୁଦ୍ଧିମତା ସହାୟତାରେ ଭାରତର ନିର୍ବାଚନକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ଚୀନ ।
ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।
ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ ।
ଦୁଇ ଦିନ ମଧ୍ୟରେ ନ୍ୟୁୟର୍କ ସିଟିରେ ଦୁଇଟି ବିରଳ ପ୍ରାକୃତିକ ଘଟଣା ଘଟିଯାଇଛି । ଗତ ଏପ୍ରିଲ୍ ୪, ୨୦୨୪ ରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା । ବଜ୍ରପାତଟି ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଥିଲା ।
ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।
୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।
କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।
ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।
କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ ।
ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।
ପତ୍ନୀଙ୍କୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ନିଜେ ରହିଗଲେ । ପତ୍ନୀଙ୍କର ଲଗେଜ ଲୋଡ୍ କରୁ କରୁ ଅଟୋମେଟିକ୍ ଡୋର୍ ବନ୍ଦ ହୋଇଗଲା । ଫଳରେ ପତ୍ନୀଙ୍କ ସ୍ୱାମୀ ମଧ୍ୟ ଟ୍ରେନ ମଧ୍ୟରେ ରହିଗଲେ ।
ସାଢ଼େ ପାଞ୍ଚରୁ ଛଅ ମିଟର ଲମ୍ବ ଏହି ପରିଧାନ ବସ୍ତ୍ର, ଭାରତୀୟ ନାରୀମାନଙ୍କର ଗର୍ବ ଓ ଗୌରବ । କିନ୍ତୁ ଆପଣମାନେ ଜାଣନ୍ତି କି, ଆମ ସମସ୍ତଙ୍କର ଅତିପ୍ରିୟ ଶାଢ଼ି କର୍କଟ ରୋଗର କାରଣ ହୋଇପାରେ ।
ଯାତ୍ରୀଙ୍କୁ ଛାଡ଼ି ଜାହାଜ ଫେରାର୍ । ପ୍ରାୟ ୮ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ପଳାଇଛି ଜାହାଜ । ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ଜଣେ ହୃଦଘାତ ରୋଗୀ ମଧ୍ୟ ରହିଛନ୍ତି । ଆଠ ଜଣ ଜାହାଜ ଯାତ୍ରୀ ଏକ ଆଫ୍ରିକୀୟ ଦ୍ୱୀପରେ ଫସି ରହିଥିବା...
ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ । ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।
କିଣିଥିଲେ ୫୦୦ ଟଙ୍କାରେ, କିନ୍ତୁ ବର୍ତ୍ତମାନ ବିକ୍ରି କଲେ ହେବ ୩ ଲକ୍ଷ ୭୫ ହଜାର । ଜଣେ ବ୍ୟକ୍ତି ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫୦୦ ଟଙ୍କାର ସେୟାର କିଣିଥିଲେ । ବର୍ତ୍ତମାନ ୩୦ ବର୍ଷ ପରେ ଏହି ସେୟାରଗୁଡ଼ିକ ବଢ଼ି ବଢ଼ି ପାଖାପାଖି ୪...
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ, ବାବା ରାମଦେବଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି ।