ଅପମାନରୁ ଶିଖେଲେ, ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ, ଫିଲ୍ମ ସ୍କ୍ରିଫ୍ଟ ଭଳି ଏସବୁକୁ ଭାବି ପାରନ୍ତି । କିନ୍ତୁ ଯାହା ଘଟିଛି ସେ ସବୁ ବିଲକୁଲ୍ ସତ ।
ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।
ପୁଣି ରାଜଧାନୀରେ ୪୩ ଟପିଲା ପାରଦ । ଆଜି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି ।
ବିଜେପିରେ ଅନୁଭବ, ବିଜେଡିରେ ବର୍ଷା । ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା ।
ଦେଶରେ ନିଯୁକ୍ତି ସମସ୍ୟାକୁ ନେଇ ପୁଣି ଉଦବେଗ ପ୍ରକାଶ କଲେ ପ୍ରକ୍ଷାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଦୀର୍ଘଦିନର ନିରବତା ପରେ ରାଜନ ଦେଶରେ ନିଯୁକ୍ତି ସଙ୍କଟ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ
ୟୁପିଏସି ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ । ତେବେ ପ୍ରଥମ ପ୍ରୟାସରେ ସଫଳ ହେବାସହ ଆଇଏଏସ ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅ ଅନନ୍ୟା ରେଡ୍ଡିଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ । କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର।
ଦାଦନ ସର୍ଦ୍ଦାର ଅନେକ କ୍ଷେତ୍ରରେ ନିରୀହ ଆଦିବାସୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ପାହାଡ ଜଙ୍ଗଲ ଘେରା ଆନନ୍ଦପୁର ଉପଖଣ୍ଡ, ହାଟଡିହି ବ୍ଲକ ଅନ୍ତର୍ଗତ କେ ବାଲିପାଳ ଅଞ୍ଚଳରୁ...
ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି ।
ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ ।
ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ...
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ କି ନବୀନ । ପୁଣି ଥରେ ଏଭଳି କଳ୍ପନାଜଳ୍ପନା ଜୋର୍ ଧରିଛି । ଏଣେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢ଼ିବା ନେଇ ବି ଚର୍ଚ୍ଚା ହେଉଛି ।
ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି ।
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା ।
ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।
ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର ।
ଜବତ ହେଲା ପୁଳା ପୁଳା ଟାବଲେଟ୍ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ପରିମାଣର ଟ୍ୟାବ୍ ରାୟଗଡ଼ାରୁ ଜବତ ହୋଇଛି । ଏକ ବଡ଼ କଣ୍ଟେନରରେ ଏସବୁ ଟ୍ୟାବକୁ ରଖାଯାଇଥିବାବେଳେ ଲୋକେ ଧରିଛନ୍ତି ।
ଏଥର ଦେଶରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେଉଛି । ମୂଳରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନି, ଏଣେ ସାରା ଦେଶରୁ ଜବତ ହେଲାଣି ୪ ହଜାର ୬୫୮ କୋଟି ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ । ଯାହାକି ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ।
ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି...