ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF...
ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।
ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି ।
ବଦଳିଛି ପାଗର ମିଜାଜ୍ । ତାତିରୁ ମିଳିଛି ସାମୟିକ ମୁକ୍ତି । ଏବେ ସ୍ୱାଭାବିକରୁ ତାପମାତ୍ରା ୫ରୁ ୭ ଡିଗ୍ରୀ କମ ରହିଛି ।
ମୁଁ କୌଣସି ଅନ୍ୟ ଦଳ ପାଇଁ ପ୍ରଚାର କରିନି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।
ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ।
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି ।
ଜାହାଜ ବୁଡ଼ି ୯୦ ରୁ ଅଧିକ ମୃତ । ମୋଜାମ୍ବିକରେ ଘଟିଛି ଘଟଣା । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା ।
ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ଯୋଦ୍ଧା ଘୋଷଣା । ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ...
ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ ।...
ଆକାଶରୁ ଅଗ୍ନିବର୍ଷାରେ ଲାଗିଲା ବ୍ରେକ୍ । ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ...
ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ।
ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୋଲିସ । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି ।
ଶୁଖିଲା ପଡିଛି କେନ୍ଦ୍ରାପଡାର ଲୁଣା ନଦୀ । ପାଣି ଟୋପେ ପାଇଁ ନଦୀକୂଳିଆ ଲୋକେ ଏବେ ଡହଳ ବିକଳ ହେଉଛନ୍ତି ।
ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିଛି ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ । ବିଳମ୍ବ ହୋଇଛି ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକିୟା । ଚଳିତ ମାସ ୨ ତାରିଖରୁ ଗହିରମଥାର ବାବୁବାଲି ଓ ନାଶୀ -୨ରେ ସମୁହ ଅଣ୍ଡା ଦାନ କରିଛନ୍ତି ।
ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଜିଠୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ ।