• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ରହ୍ମପୁର ବିଧାନସଭା ଆସନ । ଏଥର ଏହି ସିଟରେ ହେବ ଗୁରୁ-ଶିଷ୍ୟ ଲଢେଇ । ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ । ୧୯୯୫ରେ ଥରେ ଜନତା ଦଳକୁ ମିଶାଇ ଏଇଠୁ ଲଗାତର ପାଞ୍ଚ ଥର ବିଜୟୀ ହୋଇଥିଲେ ଭେଟରାନ୍ ଚେହେରା ରମେଶ ଚ୍ୟାଉପଟ୍ଟନାୟକ ।

ଏଥର ପୁଣିଥରେ ତାଙ୍କୁ ଭରସା କରିଛି ବିଜୁ ଜନତା ଦଳ । ତାଙ୍କୁ ଟକ୍କର ଦେବେ ବିଜେପିର କେ. ଅନୀଲ କୁମାର । ଦୀର୍ଘ ୨୦ ବର୍ଷ ଧରି ରାଜନୀତି କରୁଛନ୍ତି କେ. ଅନୀଲ କୁମାର । ୨୦୦୩ ଓ ୨୦୦୮ରେ ଦୁଇଥର ସ୍ୱାଧୀନ ଭାବେ କାଉନସିଲର ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡିର ଜଣେ ଜଣାଶୁଣା ନେତା ଭାବେ ପରିଚିତ ଥିଲେ ।

ଅଧିକ ପଢ଼ନ୍ତୁ: ଦଳ ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା, BJDରୁ ଆଉ ଜଣେ ଦେଲେ ଇସ୍ତଫା

ତତ୍କାଳୀନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଦୀର୍ଘ ବର୍ଷ ରହିଥିଲେ । ୨୦୧୮ ପରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଆଉ ଏଥର ବ୍ରହ୍ମପୁରରୁ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଓ ଦକ୍ଷିଣ ଓଡ଼ିଶାର ଦମଦାର ଆସନ ହେଉଛି ବ୍ରହ୍ମପୁର ।

ଆଗରୁ ଏଠୁ କଂଗ୍ରେସ, କମ୍ୟୁନିଷ୍ଟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ବାନା ଉଡୁଥିଲା । କିନ୍ତୁ ଏବେ ଏହା ବିଜେଡିର ଅଭେଦ୍ୟ ଗଡ଼ । ଏଠୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଛନ୍ତି ଦଳର ଭେଟରାନ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । କିନ୍ତୁ ଗତଥର ବିକ୍ରମ ପଣ୍ଡାଙ୍କ ପାଇଁ ସିଟ୍ ହରାଇ ଚୁପ୍ ବସିଥିଲେ ଚ୍ୟାଉ ପଟ୍ଟନାୟକ । ଏଥର କିନ୍ତୁ ସେ ପ୍ରାର୍ଥୀ ହେବା ପାଇଁ ଟିକେଟ ପାଇଛନ୍ତି ।