ଲୋମଟାଙ୍କୁରା ବାହାନଗା ରେଳ ଦୁର୍ଘଟଣାର ୫ ଦିନ ପରେ ଏଯାଏଁ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ତାର କାରଣ, ସେଗୁଡିକ ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି, ଚିହ୍ନିବା ଅବସ୍ଥାରେ ହିଁ ନାହିଁ ।
ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ହୋଇଛି କି ଗଭୀର ଷଡ଼ଯନ୍ତ୍ର ? ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସନ୍ଦେହ କରୁଛି କି ରେଳ ମନ୍ତ୍ରାଳୟ ? ଯେଉଁଥି ପାଇଁ ରେଲୱେ ସେଫ୍ଟି କମିଶନଙ୍କ ବ୍ୟତୀତ ସିବିଆଇକୁ ବି ଦିଆଯାଇଛି ତଦନ୍ତ ଭାର ।
ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ତଦନ୍ତ ପାଇଁ ମାମଲା ରୁଜୁ କରି GRPଠାରୁ ତଦନ୍ତ ଭାର ବି ହାତକୁ ନେଇଛି ।
ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।
ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।
ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।
ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।
ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା
ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍
ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’
ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା
୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।
ପ୍ରାଣ ବିକଳରେ ଟ୍ରେନ୍ରୁ ଓହ୍ଲାଇଗଲେ ଯାତ୍ରୀ
କିଏ ଜାଣିଥିଲା ସମୟ ଏମିତି ପ୍ରତିଶୋଧ ନେବ ! ଆଉ ହାତରେ ନିଜ ଲୋକର ଫଟୋ ଧରି ଶବର ଫଟୋ ସହ ମେଳ କରାଇବାକୁ ପଡ଼ିବ.. ହାୟ ! ଏମିତି ଦୁଃଖ କାହାରିକୁ ନମିଳୁ.. ଶହ ଶହ ଶବର ତାଲିକା ଆଉ ଫଟୋ ଭିତରୁ ଆପଣାର ଲୋକଟିକୁ ଖୋଜିବା ବେଳେ ସେ ହୃଦୟ ଯେମିତି ଫାଟି ପଡ଼ୁଥିବ..
୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।
ଝିଅ ଅପରେସନ୍ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍ ବାଲେଶ୍ୱର ପାଖରେ ଟ୍ରାକ୍ରୁ ଖସିଲା ଟ୍ରେନ୍ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ
କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।