Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୫ ମୃତ

ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Canada Truck Accident

15 killed after truck hits bus in in Canada

କାନାଡା ମନିଟୋବାରେ କାରବେରୀ ସହର ନିକଟରେ ଗୁରୁବାର ଦିନ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବରିଷ୍ଠ ନାଗରିକଙ୍କୁ ନେଇ ଯାଉଥିବା ଏକ ଛୋଟ ବସ୍‌କୁ ସେମି ଟ୍ରେଲର ଟ୍ରକ୍‌ ଧକ୍କା ହେବା ଫଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Advertisment

CBC ନ୍ୟୁଜ୍‌ ରିପୋର୍ଟ ସୂଚନା ଅନୁସାରେ, ଯାତ୍ରୀମାନେ ବସ୍‌ରେ କାରାବେରି ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ କାରାବେରି ସହର ନିକଟରେ ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା।କାନାଡା ଇତିହାସରେ ଏହା ହେଉଛି ଅନ୍ୟତମ ଭୟଙ୍କର ଦୁର୍ଘଟଣା। ବସ୍‌ରେ ପ୍ରାୟ ୨୫ ଜଣ ଲୋକ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି ଥିଲେ।

ପୋଲିସ୍‌ ସୂଚନା ଅନୁସାରେ, ଉଭୟ ଗାଡ଼ିର ଡ୍ରାଇଭର ବଞ୍ଚି ଯାଇଥିଲେ। ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ଦୁଃଖ ପ୍ରକାଶ କରିଛନ୍ତି। 

Advertisment
Truck Accidents Road Accident Accident
Advertisment
Advertisment