• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର ଛୁଇଁବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲାଙ୍ଗିର ସମ୍ବଲପୁରକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେଇଥିଲା । ଏଥିରେ କାର ଭିତରେ ଥିବା ୭ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି । ମୃତକ ମାନଙ୍କ ଘର ବଲାଙ୍ଗିର ସହର ରାମଜି ପଡାର ବୋଲି ସୂଚନା ମିଳିଛି । ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।