/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686722236.jpg)
goods train
ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଏପରି ଏକ ଘଟଣା ଘଟିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ପ୍ରାୟ ୩୦ ମିଟର ଅଲଗା ହେଲା ପରେ ରୋକିଲେ ଲୋକୋ ପାଇଲଟ । ଆଲୁମିନିୟମ ଲୋଡ୍ କରି ଟ୍ରେନଟି ଦାମନଯୋଡ଼ିରୁ ଅନୁଗୁଳ ଯାଉଥିଲା ।
Advertisment
ମିଳିଥିବା ସୂଚନା ଅନୁଯାୟୀ, ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଲେ ଲୋକୋ ପାଇଲଟ ।
ଘଟଣା ସ୍ଥଳରେ ଏବେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି । ତେବେ ଏନେଇ ରେଲୱେ ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରି ନାହିଁ।....
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)