• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପେଟ୍ରୋଲ ଟ୍ୟାଙ୍କର୍ ଏକ ପଥରକୁ ଧକ୍କା ଦେବା ପରେ ଓଲଟି ପଡିଥିଲା, ଆଉ ତା’ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କେବଳ ଗୋଟିଏ ପାର୍ଶ୍ୱରେ ଯାନବାହାନ ଚଳାଚଳ କରୁଛି । ଅନ୍ୟପଟେ ମୁମ୍ବାଇ ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ୫ କିଲୋମିଟର ଯାଏ ଲାଇନ୍‌ରେ ଅଛନ୍ତି ।

ସୂଚନା ଅନୁସାରେ, ଆଜି ମୁମ୍ବାଇ ପୁଣେ ଏକ୍ସପ୍ରେସୱେରେ ଖଣ୍ଡାଲା ଘାଟ ନିକଟ ଲୋନାବଲା ଅଞ୍ଚଳରେ ଏକ ତୈଳ ଟ୍ୟାଙ୍କରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଅପରାହ୍ନରେ ଲୋନାବଲା ଅଞ୍ଚଳର କୁନେ ନାମକ ଗାଁ ନିକଟ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି ।

ଏହି ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରି ରାଜ୍ୟ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମରାଠୀରେ ଏକ ଟ୍ୱିଟ୍ କରିଛନ୍ତି । ଚାରିଜଣ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଲେଖିଛନ୍ତି, ତିନି ଆହତଙ୍କ ଚିକିତ୍ସା ଚାଲିଛି । ରାଜ୍ୟ ପୋଲିସ, ମହାମର୍ଗ ପୋଲିସ, ଆଇଏନଏସ ଶିବାଜୀ ଏବଂ ଫାୟାର ବ୍ରିଗେଡର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସମସ୍ତଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି ।

ତଳେ ଯାଉଥିବା ଗାଡ଼ି ବି କ୍ଷତିଗ୍ରସ୍ତ ହୋଇଛି

ଟ୍ୟାଙ୍କରରୁ ତେଲ ଲିକ୍ ହେତୁ ନିଆଁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ରିଜ ତଳେ ଯାଉଥିବା ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଟିମ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।