/odishatv-khabar/media/post_attachments/uploadimage/library/16_9/16_9_0/Gas_leak_1686649498.jpg)
Gas leak
ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ଅଘଟଣ ଘଟିଛି । ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ ଜଣ ଗୁରୁତର ହୋଇଛନ୍ତି । ଏବେ ସମସ୍ତ ୧୯ ଗୁରୁତର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ ଓ ପୋଲିସ । ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି ।
ସୂଚନା ଅନସାରେ, ଆଜି ଅପରାହ୍ନରେ ଟାଟା ଷ୍ଟିଲ୍ର ପାୱାର ପ୍ଲାଣ୍ଟର ଷ୍ଟିମ୍ ପାଇପ ମରାମତି କାମ ଚାଲିଥିଲା । ଆଉ ସେହି ସମୟରେ ଷ୍ଟିମ୍ ପାଇପର ଭଲ୍ଭ ଖୋଲି ଯିବାରୁ ସେଥିରୁ ଗରମ ପାଣି ବାହାରିଥିଲା । ଫଳରେ ସେହି ପାଣି ମରାମତି କାମ କରୁଥିବା ଇଞ୍ଜିନିୟର ଓ ଶ୍ରମିକଙ୍କ ସହ କିଛି ଅଫିସରଙ୍କ ଉପରେ ପଡ଼ିଥିଲା । ଏଥିରେ ୧୯ ଜଣ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କମ୍ପାନୀ ପରିସରରେ ଥିବା ମେଡ଼ିକାଲ୍ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ୱାନାନ୍ତରିତ କରାଯାଇଛି। ।
ଢେଙ୍କାନାଳ ଏସପିଙ୍କ ସୂଚନା ଅନୁସାରେ ୧୯ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଅନ୍ୟ ଆହତଙ୍କ ସ୍ଥିତି ସାମାନ୍ୟ ରହିଛି । ଆହତଙ୍କ ମଧ୍ୟରେ କମ୍ପାନୀର କିଛି ଜଣ ଅଫିସର୍ ଓ ଅନ୍ୟ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)