ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
କୁହୁଡ଼ି ଯୋଗୁଁ ଦୈନଦିନ ଜୀବନ ସହ ଯାତାୟାତ ବାଧାପ୍ରାପ୍ତ
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।
ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।
୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା।
ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି।
ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।
ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।
ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।
ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା
୨୪ରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ।
ସମୁଦ୍ରରୁ ମାଡି ଆସୁଛି ବାତ୍ୟା...ଓଡିଶା ନଛୁଇଁଲେ ବି ଘଷି ହୋଇ ଯିବ ବାଂଲାଦେଶ !! ୨୨ରୁ ଆରମ୍ଭ ହୋଇଯିବ ବର୍ଷା...ଅଶାନ୍ତ ହେବ ସମୁଦ୍ର
ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ ଭାବେ ଅତିକ୍ରମ କରିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ
ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ
ବର୍ଷାକୁ ନେଇ ଛାନିଆ ଚାଷୀକୂଳ, ଦରପାଚିଲା ଧାନକୁ ଆଗୁଆ କାଟିନେଲେ ଚାଷୀ
ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
ବୈଠକରେ ଏସ୍ଆର୍ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।
ସୁ ସୁ ଗର୍ଜନ କରି ମାଡିଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ମହାବାତ୍ୟାର ରୂପ ନେବା ନେଇ ବଢିଲା ଚର୍ଚ୍ଚା....ପାଣିପାଗ ବିଭାଗ କହିଲା
ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।