• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାରା ରାଜ୍ୟରେ ଏବେ ଅସହ୍ୟ ଥଣ୍ଡା । ଗତ କିଛି ଦିନ ହେବ ଏମିତି ଜାଡ଼ ହେଉଛି ଯେ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରିବା ମୁସ୍କିଲ୍ । ଆସନ୍ତା ୩ ଦିନରେ ପାରଦ ଆହୁରି ୩ ଡିଗ୍ରୀ ଖସିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । କୋରାପୁଟ ଜିଲ୍ଲା ରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଲୋକେ ନିଆଁ ପୋଇଁ ଶୀତୁଆ ସକାଳର ମଜା ନେଉଛନ୍ତି । କୋରାପୁଟ୍‌, ଫୁଲବାଣୀ ଆଦି ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି ।

ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆଜି ସୁଦ୍ଧା ଅବପାତ, ୮ରେ ବାତ୍ୟା ରୂପ ନେବ । ଏନେଇ ଗତକାଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।