• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଅର୍ଥାତ ୫ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା ରହିଛି । କ୍ରମଶ ଅବପାତରେ ପରିଣତ ହୋଇ ୮ ତାରିଖ ବେଳକୁ ତଟବର୍ତ୍ତୀ ଅଞ୍ଚଳ ଛୁଇଁପାରେ । ଏହା ୮ତାରିଖକୁ ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବା ମଧ୍ୟ ସମ୍ଭାବନା ରହିଛି । ହେଲେ ଏହା ଓଡିଶା ଉପରେ ପ୍ରଭାବ ପକାଇ ନପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

IMD(IMD)

ଅନ୍ୟପଟେ ଓଡ଼ିଶା ରେ ଆଭ୍ୟନ୍ତରଠୁ ଉପକୂଳ ସବୁଠି ପ୍ରବଳ ଶୀତ ଅନୁଭୂତ ହେଉଛି । ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ଅଞ୍ଚଳରେ ଶୀତ ସାଙ୍ଗକୁ ଘନକୁହୁଡ଼ି ଦେଖିବାକୁ ମିଳିଛି । ଶୀତ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ତେବେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଆଗରେ ବସିରହୁଛନ୍ତି । ବିନିିକାରେ କିଭଳି ଶୀତ ଅନୁଭୂତ ହେଉଛି ।

ଅଧିକ ପଢ଼ନ୍ତୁ: କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ବିଶେଷକରି କନ୍ଧମାଳ ଜିଲ୍ଲା ରେ ଶୀତର ପ୍ରକୋପ ଅଧିକ ରହିଛି । କିଛି ଦିନ ଧରି ଆକାଶ ମେଘମୁକ୍ତ ହେବା ପରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ପ୍ରବଳ ଜାଡ ଅନୁଭୂତ ହେବାରେ ଲାଗିଛି । ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି । ଛୋଟ ପିଲାମାନେ ସକାଳୁ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣଂ ଓ୍ୱାକ୍ କରୁଥିବା ଦେଖିବାକୁ ମିଳିଛି ।

ଶୀତର ପ୍ରକୋପ ଯୋଗୁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି । ଅନ୍ୟପଟେ ଶୀତ ବଢିବା ଫଳରେ ଶ୍ରମିକ ଶ୍ରେଣୀର ଲୋକେ କାମକୁ ଯିବା, ସେମାନଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି । ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି, ରାଇକିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ବେଲଘର ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।