/odishatv-khabar/media/post_attachments/uploadimage/library/16_9/16_9_0/Cold_wave_1670380699.jpg)
Cold wave
ସାରା ରାଜ୍ୟରେ ଏବେ ଅସହ୍ୟ ଥଣ୍ଡା । ଗତ କିଛି ଦିନ ହେବ ଏମିତି ଜାଡ଼ ହେଉଛି ଯେ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରିବା ମୁସ୍କିଲ୍ ହୋଇଯାଉଛି । ଆସନ୍ତା ୩ ଦିନରେ ପାରଦ ଆହୁରି ୩ ଡିଗ୍ରୀ ଖସିପାରେ । ଭୁବନେଶ୍ୱରପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଉପାନ୍ତ ଅଞ୍ଚଳରେ ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଲୋକେ ନିଆଁ ଜାଳି ଶୀତୁଆ ସକାଳର ମଜା ନେଉଛନ୍ତି । କନ୍ଧମାଳ ଜିଲ୍ଲା ରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ନିସ୍ତାର ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।
ବିଶେଷ କରି କୋରାପୁଟ ଜିଲ୍ଲା ରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ପ୍ରବଳ ଜାଡ଼ ରହୁଛି । ଅସ୍ତବ୍ୟସ୍ତ କରିଦେଉଛି ଜୀବନ । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯାଉଛି । ଶୀତର ମଜା ନେବା ପାଇଁ କୋରାପୁଟ୍, ଫୁଲବାଣୀ ଆଦି ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି ।
ଅଧିକ ପଢ଼ନ୍ତୁ: ରାତିରେ ଖସୁଛି ପାରଦ !
ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆଜି ଅବପାତ ଓ ୮ରେ ବାତ୍ୟା ରୂପ ନେବ । ଏନେଇ ଦିନକ ପୂର୍ବରୁ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)